pakka

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ସରକାରୀ ବାସଭବନ

bbehera

ନୂଆଦିଲ୍ଲୀ : ନାମାଙ୍କନ ପତ୍ର ଦାଖଲ ପରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ସରକାରୀ ବାସଭବନ ଅସ୍ଥାୟୀ ଭାବେ ଯୋଗାଇ ଦିଆଯାଇଛି । ଓଡ଼ିଶା ଭବନ ନିକଟ ଉମାଶଙ୍କର ଦିକ୍ଷୀତ ମାର୍ଗର ୪ ନମ୍ବର ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଛି ।

ନାମାଙ୍କନ ପତ୍ର ଦାଖଲ ପରେ ସେ କିଛି ସମୟ ପାଇଁ ଓଡ଼ିଶା ଭବନକୁ ଆସିଥିଲେ । ପରେ ସେ ତାଙ୍କ ଏହି ସରକାରୀ ବାସଭବନକୁ ଯାଇଥିଲେ । ନିର୍ବାଚନ ଶେଷ ପର୍ୟ୍ୟନ୍ତ ଶ୍ରୀମତୀ ମୁର୍ମୁ ସେଠାରେ ରହିବେ । ସୁରକ୍ଷା ଓ ତାଙ୍କ ନିର୍ବାଚନ ପରିଚାଳନା କାର୍ୟ୍ୟ ସକାଶେ ନିୟମାନୁଯାୟୀ ଏହି ବାସଭବନ ଆବଣ୍ଟନ କରାଯାଇଛି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ସରକାରୀ ବାସଭବନ ଯୋଗାଇ ଦେବାର ନିୟମ ରହିଛି ।

jay balangir
Leave A Reply

Your email address will not be published.

5 × 4 =