୮୮ ବର୍ଷ ବୟସ୍କ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ରଣଜିତପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସରକାର ଲୋକଙ୍କର ହିତ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯୋଜନାମାନର ସଫଳ ରୂପାୟନ ହୋଇ ପାରୁନାହିଁ । ବାସ୍ତବ ବ୍ୟକ୍ତି ସେହି ଯୋଜନାରେ ସାମିଲ ହୋଇ ପାରୁନାହିଁ । ତେଣୁ କରି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅଫିସର ମାନଙ୍କ ଅବହେଲା ହେତୁ ବା ପ୍ରଶାସନର ଦୁର୍ବଳତା ଯୋଗୁଁ ହେଉ ପ୍ରକୃତ ହିତାଧିକାରୀ ଲାଭ ଉଠାଇ ପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ପାଇକମାଲ ବ୍ଲକ ଅନ୍ତର୍ଗତ ରଣଜିତପୁର ଗ୍ରାମର ନାନୁ ବାଗ ୮୮ ବର୍ଷ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ଆଜି ପର୍ୟ୍ୟନ୍ତ ପାଇପାରୁ ନାହାନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧ, କାମ କରିବାର କ୍ଷମତା ନାହିଁ । ପ୍ରଶାସନ ନିକଟରେ ଅନେକ ଥର ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ପାଇକମାଲ ବ୍ଲକ ତଥା ବରଗଡ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

seven − 3 =