csstore

୧୨ ଟନ୍ ଗଞ୍ଜେଇ ଜଳାଇ କରାଗଲା ୧୫ ମେଗାୱାଟ ବିଜୁଳି ଉତ୍ପାଦନ

ରାୟପୁର : ବିଳାସପୁର ପୋଲିସ ରେଞ୍ଜ ଥାନାରେ ନିଶାରୁ ମୁକ୍ତି ଅଭିଯାନ ଅନୁସାରେ ଜବତ ୧୨ ଟନ୍ ଗଞ୍ଜେଇକୁ ପାଓ୍ବାର ପ୍ଲାଣ୍ଟ ଭାଟିରେ ଶୁକ୍ରବାର ପକାଇ ନଷ୍ଟ କରି ଦିଆଯାଇଥିଲା, ଯାହାଫଳରେ ପ୍ରାୟ ୧୫ ମେଗାୱାଟ ବିଜୁଳିର ଉତ୍ପାଦନ ହୋଇଥିଲା । ନିଶା ଦ୍ରବ୍ୟକୁ ଜଳାଇ ବିଜୁଳି ଉତ୍ପାଦନ କରିବାର ଏହା ହେଉଛି ଏକ ଅଦ୍ଭୁତ ମାମଲା । ନିଶା ସାମଗ୍ରୀ ନଷ୍ଟ କରିବାରେ ଗଞ୍ଜେଇ ସହିତ ନିଶା କଫ୍‌ ସିରଫ୍‌ ଇଞ୍ଜେକସନ୍‌ ଓ ଟାବଲେଟ୍‌ ମଧ୍ୟ ଜଳାଇ ନଷ୍ଟ କରି ଦିଆଯାଇଛି।

ବିଳାସପୁର ପୋଲିସ ରେଞ୍ଜ ଆଇଜି ରତନ ଲାଲ ଡାଙ୍ଗି କହିଛନ୍ତି, ୧୨ରୁ ୨୬ ଜୁନ୍‌ ପର୍ଯ୍ୟନ୍ତ ନିଶାରୁ ମୁକ୍ତି କାର୍ଯ୍ୟକ୍ରମ ଚାଲୁଛି। ଏହି ସମୟରେ ସବୁ ଥାନାରେ ନିଶା କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ବହୁମାତ୍ରାରେ ଗଞ୍ଜେଇ ଜବତ କରାଯାଇଥିଲା । ନିଶାଦ୍ରବ୍ୟକୁ ଜବତ କରିବା ପାଇଁ ଡ୍ରଗ୍ସ ଡିସପୋଜାଲ କମିଟି ତିଆରି କରିଥିଲା । କମିଟି ନିଶା ଜିନିଷର ସୂଚୀ ପ୍ରସ୍ତୁତ କରିଛି ଓ ତାକୁ ପାଓ୍ବାର ପ୍ଲାଣ୍ଟରେ ଡିସପୋଜ୍‌ କରିବାର ନିଷ୍ପତ୍ତି ନେଇଛନ୍ତି, ଯାହାକୁ ବିଜୁଳି ଭାବରେ ଉପଯୋଗ ହୋଇପାରିବ ।

jayashree
Leave A Reply

Your email address will not be published.