pakka

ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ଉଦ୍ଧାର ହେଲା ହାତୀ ଛୁଆ

bbehera

ମୟୁରଭଞ୍ଜ : ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ଅଗ୍ନିଶମ ବିଭାଗ ଓ ବନବିଭାଗର ମିଳିତ ଉଦ୍ୟମ ପରେ ହାତୀଛୁଆ ଉଦ୍ଧାର ହୋଇଥିବା ଜଣାପଡିଛି । ହାତୀ ଛୁଆଟି କୂଅରେ ପଡ଼ିଯିବା ପରେ ହାତୀପଲ ତାକୁ ଜଗି ବସିଥିଲେ । ତେବେ ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ରାସଗୋବିନ୍ଦପୁର ରେଂଜ ଅଧୀନ ଚାକୁଣ୍ଡାପଦା ଗାଁରେ । ହାତୀ ଛୁଆ କୂଅରେ ପଡ଼ିବା ପରେ ମାଆ ହାତୀ ଗାଡ଼ିକୁ ଭଙ୍ଗାରୁଚା କରିଥିବା ବେଳେ ହାତୀପଲ ବି ଗାଁରେ ଭଙ୍ଗାରୁଚା କରିଛନ୍ତି । ସୂଚନା ଯୋଗ୍ୟ ଯେ, ଶନିବାର ଦିନ ଚାକୁଣ୍ଡାପଦା ଗାଁରେ ଏକ କୂଅରେ ହାତୀ ଛୁଆ ପଡିଯିବା ପରେ ରାତି ତମାମ ଗାଁରେ ତାଣ୍ଡବଲୀଳା କରିଥିଲେ ୧୫ ଟିକିଆ ହାତୀପଲ । ପରେ ଗାଁ ଲୋକଙ୍କ ଠୁ ବନବିଭାଗ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳେ ପହଂଚି ବହୁ କଷ୍ଟରେ ହାତୀ ଛୁଆଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

13 − thirteen =