pakka

ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମାସିକ ସାହିତ୍ୟ ଆସର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ବସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନବ ବର୍ଷକୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ରାଜୀବ ପାଣି କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଫେସର ପାରେଶ୍ଵର ବିଶ୍ଵାଳ “ସର୍ଜନ ଆଭିମୁଖ୍ୟ” ଶୀର୍ଷକରେ ଆଲୋଚନା ରଖି କହିଲେ ଯେ, ପ୍ରତ୍ୟେକ ସୃଜନକର୍ମର ପରିଣତି ଆନନ୍ଦ ଦାୟକ ହେବା ଜରୁରୀ । ପର୍ଯ୍ୟାୟକ୍ରମେ ସଂଗମ ଓ ସଂଘାତର ପ୍ରବହମାନତାରେ ଫୁଟିଉଠେ କଳାର ସୌନ୍ଦର୍ୟ୍ୟ । ତେଣୁ କଳା ଏକ ନନ୍ଦନଶିଳ୍ପ । ଉଚ୍ଚତର ଚେତନା ଓ ସତ୍ୟର ଅଭିବ୍ୟକ୍ତି ହିସାବରେ ଅନ୍ୟାନ୍ୟ କଳାଭଳି ସାହିତ୍ୟ ସ୍ୱୟଂ ହିଁ ଏକ ଆଭିମୁଖ୍ୟ, ଯେତେବେଳେ ଏଇ ଜ୍ଞାନ ମଳିନ ହୋଇଯାଏ । ମହତ୍ତର ଚେତନାର ଅଭିବ୍ୟକ୍ତି ହିସାବରେ ସାହିତ୍ୟ ସ୍ୱୟଂ ଏକ ଲକ୍ଷ୍ୟ, ଅର୍ଥାତ୍ ଯେଉଁ ଚେତନା ବା ଉନ୍ନତ ଅନୁଭୂତିର ତାହା ଅଭିବ୍ୟକ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକା ଜ୍ୟୋସ୍ନା କୁମାରୀ ନାୟକ ଏକ ସୁନ୍ଦର ଗଳ୍ପ ପାଠ କରିଥିବା ବେଳେ କବିତା ପାଠ କରିଥିଲେ କବି ବିଜୟିନୀ ଜେନା, ବଳରାମ ରାଉଳ, ବବିତା ମହାପାତ୍ର, ଡ଼ଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ସୁଶାନ୍ତ କୁମାର ନାୟକ । ଉଭୟ ଗଳ୍ପ ଓ କବିତା ଗୁଡିକର ସମୀକ୍ଷା କରିଥିଲେ କାଶୀନାଥ ନନ୍ଦୀ । ଉପସଂହାର ଅଭିଭାଷଣ ପ୍ରଦାନ କରି ପ୍ରଫେସର ଶଙ୍କରପ୍ରସାଦ ତ୍ରିପାଠୀ କହିଲେ ସର୍ଜନ ଏକ ଚିରନ୍ତନ ପ୍ରକ୍ରିୟା । ତାହା ଚିରକାଳ ନୂଆ ରୂପରେ ସ୍ରଷ୍ଟାଙ୍କ ନିକଟରେ ପ୍ରତୀୟମାନ ହୁଏ । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଗୋପବନ୍ଧୁ ପାଠାଗାରର ସମ୍ପାଦକ ହରିହର ଶତପଥୀ । ପ୍ରାରମ୍ଭରେ ସ୍ଵସ୍ତିର ବରିଷ୍ଠ ଉପଦେଷ୍ଟା ସୁମନ ଦତ୍ତଙ୍କୁ ଦିଲ୍ଲୀସ୍ଥିତ କମନୱ୍ୱେଲଥ ବିଶ୍ୱବିଦ୍ୟାଳୟରୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରାପ୍ତ ହୋଇଥିବାରୁ ସ୍ବସ୍ତି ପରିବାର ତରଫରୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା । କୋଭିଡ଼ ନିୟମ ପାଳନ ପୂର୍ବକ ଏହି ସଭାରେ ଡାକ୍ତର କୃପାସିନ୍ଧୁ ନାୟକ, ରାଜକୁମାର ମହାନ୍ତି, ଅଶୋକ ପଟ୍ଟନାୟକ, ଶର୍ମିଲା ଦତ୍ତ, ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରକାଶ ସେଠୀ, ଇଂ ପ୍ରତାପ କୁମାର ରାୟ, ବିକ୍ରମ ଆଚାର୍ୟ୍ୟ, ଗୌତମ ଦାସ, ଭଗବାନ ପରିଡା, ପ୍ରଫୁଲ୍ଲ ସାମଲ ଓ ବିଭୂତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 1 =