oom

ମୋବାଇଲ ଚୋରି କରି ଜୀବନ ହାରିଲେ ଯୁବକ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାନ୍ୟ ମୋବାଇଲ ପାଇଁ ଗୋଟିଏ ଯୁବକଙ୍କୁ ମାରିଦେଇଛନ୍ତି ଦୁଇ ଜଣ ବ୍ୟକ୍ତି । ଏମିତି ଅମାନୁଷିକ ଘଟଣା ଘଟିଛି ଖପ୍ରାଖୋଲ ଥାନା ଦେଦର୍ହ ଗ୍ରାମରେ । ସୂଚନା ଅନୁଯାୟୀ ଗ୍ରାମର ଅଜୟ ପଧାନ (ଅଜୁ) ଗତ ଶନିବାର ସନ୍ଧ୍ୟା ୮ଟା ସମୟରେ ସ୍ଥାନୀୟ ପୋଖରୀ ନିକଟକୁ ତାଙ୍କ ସାଙ୍ଗ ପ୍ରଦୀପ ମାଝୀ ସହ ଶୌଚ ପାଇଁ ଯାଇଥିଲେ । ଅଜୟ ସାଙ୍ଗକୁ ଘରକୁ ଯାଉଛି କହି ନିକଟରେ ଥିବା ଲିଙ୍ଗରାଜ ବେହେରାଙ୍କ ମଦ କୁଚିଆ ଦୋକାନକୁ ଯାଇଥିଲା । ସେଠାରେ ଆଗରୁ କରାଦୁ ମାଝୀ (୪୫) ଏବଂ ଧରମୁ ମାଝୀ (୪୦) ବସି ମଦ ପିଉଥିଲେ । ସେମାନଙ୍କ ପାଖରେ ଥିବା ମୋବାଇଲକୁ କୌଶଳ କ୍ରମେ ଚୋରି କରି ଅଜୟ ପୋଖରୀ ଆଡି ଉପରକୁ ଧାଇଁ ପଳାଇ ଆସିଥିଲା । କରାଦୁ ଏବଂ ଧରମୁ ମୋବାଇଲ ନେଇଁ ପଳାଉଥିବା ଅଜୟଙ୍କୁ ଗୋଡ଼ାଇ ପୋଖରୀ ଆଡି ଉପରେ ଧରି ପକେଇଥିଲେ । ଆଡି ନିକଟରେ ପ୍ରଦୀପ ମାଝୀ ଶୌଚ କରୁଥିବା ବେଳେ ଏହା ଦେଖି ସେମାନଙ୍କ ନିକଟକୁ ଆସିଥିଲା । କରାଦୁ ଏବଂ ଧରମୁ ଅଜୟର ତଣ୍ଟି ଚିପି ତାକୁ ଆଡି ଉପରୁ ପୋଖରୀକୁ ଠେଲି ଦେଇଥିଲେ । ପ୍ରଦୀପ ଏହା ଦେଖି ଅଜୟକୁ ବଞ୍ଚାଇବା ପାଇଁ ପାଣିକୁ ଓହ୍ଲାଇ ବାହାରକୁ ଆଣିଥିଲା । ପରେ ଅଜୟଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଡାକ୍ତର ସେଠାରେ ଅଜୟକୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତକୁ ଗିରଫ କରି ଖପ୍ରାଖୋ
ଲ ଥାନାକୁ ଆଣି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୩୧/୨୦୨୫ରେ ଏକ ହତ୍ୟା ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.