jayashree

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ବିପି ମେସିନ୍ କରୁନି କାମ : ରୋଗୀ ହନ୍ତସନ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଉପରେ ଦୈନନ୍ଦିନ ଶହ ଶହ ରୋଗୀ ଚିକିତ୍ସା ପାଇବା ପାଇଁ ନିର୍ଭର କରନ୍ତି । ତେବେ ଟିଟଲାଗଡ ସହରରୁ ଚାରି କିଲୋମିଟର ଦୂରରେ ନୂତନ ଡାକ୍ତରଖାନା ଗଲାଣି । ସେଠାରେ ସବୁ ସୁବିଧା ରହିବା କଥା । ପରିତାପର ବିଷୟ ଯେ, ଆଜି ସକାଳୁ ବିପିନ ଠାକୁର ନିଜ ମାଆକୁ ଧରି ବିପି ସୁଗର ଟେଷ୍ଟ କରିବା ପାଇଁ ଯାଇଥିବା ବେଳେ ସେଠାରେ ଶୁଗର ଟେଷ୍ଟ ପରୀକ୍ଷଣ ସହଜରେ ହୋଇଥିବା ବେଳେ ବିପି ମେସିନ୍ ଅଚଳ ହୋଇପଡିଛି । ଯେଉଁ ଜିନିଷ ନିତାନ୍ତ ଜରୁରୀ ସେ ଜିନିଷ କାମ କରୁ ନ ଥିବା କେତେ ଦୂର ଠିକ ? ପୁଣି ଅନ୍ୟ ବିଭାଗରୁ ଆଣି କରାଗଲା ଚେକ୍, ଛୋଟ ଛୋଟ ଜିନିଷ ପାଇଁ ରୋଗୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା କି ପ୍ରକାର ସେବା ? ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ନୂତନ ବିପି ମେସିନ୍ ଯୋଗାଇବାକୁ ଦାବି କରିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ସ୍ଥାନୀୟ ଲୋକେ ଯଦି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହେଲେ ବାହାରୁ ଆସୁଥିବା ଲୋକେ କେମିତି କରିବେ ?

Leave A Reply

Your email address will not be published.