jayashree

ଟିଟିଲାଗଡ ପ୍ରଭାବତୀ ସ୍କୁଲ ଛାତ୍ରଛାତ୍ରୀଙ୍କ ତ୍ରିରଙ୍ଗା ଯାତ୍ରା : ପ୍ରବଳ ବର୍ଷା ସତ୍ତ୍ୱେ ଗୁଞ୍ଜିଲା ବନ୍ଦେ ମାତରଂ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଅନୁଷ୍ଠାନ, ସ୍କୁଲ ତଥା ସାଧାରଣ ନାଗରିକ ମାନଙ୍କୁ ନେଇ ଏକ (ତିରଙ୍ଗା ଯାତ୍ରା) ଆୟୋଜନ କରାଯାଇଛି । ଯାହାକି ସହର ପରିକ୍ରମା କରିବ । ପୌର ପରିଷଦର କଲ୍ୟାଣ ମଣ୍ଡପ ନିକଟକୁ ସାମିଲ ହେବା ପାଇଁ ବାହାରିଥିଲେ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ୍ ସ୍କୁଲ୍‌ର ଶତାଧିକ ଛାତ୍ରଛାତ୍ରୀ । ସେତେବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷାକୁ ଖାତିର ନକରି, ଭିଜି ଭିଜି ମଧ୍ୟ ସମ୍ପୂର୍ଣ୍ଣ ଉତ୍ସାହ ଓ ଉଦ୍ଦୀପନାର ସହିତ “ଭାରତ ମାତା କୀ ଜୟ” ଏବଂ “ବନ୍ଦେ ମାତରମ୍” ନାରାରେ ଆକାଶକୁ ଗୁଞ୍ଜାୟମାନ କରିଦେଲେ । “ବର୍ଷା ମଧ୍ୟ ରୋକି ପାରିଲା ନାହିଁ ପିଲାମାନଙ୍କ ଉତ୍ସାହକୁ । ଦେଶଭକ୍ତିର ଜଜ୍ୱା ଏହିପରି ଥିଲା ପିଲାମାନଙ୍କର” । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେବ । ଏଥିରେ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି, ମ୍ୟାନେଜମେଣ୍ଟ ଟ୍ରଷ୍ଟି ଶ୍ରୀମତୀ ଶ୍ୟାମା ଦେବୀ ଅଗ୍ରୱାଲ, ସି. ଏ. ଆନନ୍ଦ ଜୈନ ସ୍କୁଲ ଉପାଧ୍ୟକ୍ଷା ପିତାମ୍ବର ଶର୍ମା ଏବଂ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.