jayashree

ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବଙ୍ଗୋମୁଣ୍ଡା ସ୍ଥିତ ପି.ଏସ୍. ଡିଗ୍ରୀ କଲେଜ ପରିସରରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ନିର୍ବାଚନ ଏବଂ ଭୋଟର ଅଂଶଗ୍ରହଣର ଗୁରୁତ୍ୱ” ଶୀର୍ଷକ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଏବଂ “ଗଣତନ୍ତ୍ରକୁ ମଜବୁତ କରିବାରେ ନିର୍ବାଚନର ଭୂମିକା” ଶୀର୍ଷକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ସହିତ କଲେଜରେ “ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ – ୨୦୨୬” କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା, ଯାହା ୭୦-କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା । ପି.ଏସ୍. ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ଶୁଭେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସହକାରୀ ନିର୍ବାଚକ ଅଧିକାରୀ-ତଥା-ଡେପୁଟି କଲେକ୍ଟର (ନିର୍ବାଚନ) ହରେକୃଷ୍ଣ ମେହେର, ସହକାରୀ ନିର୍ବାଚକ ଅଧିକାରୀ-ତଥା-ବ୍ଲକ ଉନ୍ନୟନ ଅଧିକାରୀ (ବଙ୍ଗୋମୁଣ୍ଡା) ନିତୁଶ୍ରୀ ମେହେର ଏବଂ ସହକାରୀ ନିର୍ବାଚକ ଅଧିକାରୀ ତଥା-ସହକାରୀ ଜିଲ୍ଲାପାଳ ତୁଷାରକାନ୍ତ ମହଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟରଙ୍କ ଅଧିକାର ଓ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କଲେଜର ଅଧ୍ୟାପକ ନଟବର ବେହେରା ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କଲେଜର ଅଧ୍ୟାପକ ଅଲୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.