pakka

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

bbehera

ଭବାନୀପାଟଣା : ଭାଲୁ ଆକ୍ରମଣରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲାବାଙ୍ଗସର ଗାଁର କାନ୍ତ ମାଝି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ ସେ ଚାଷଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଯୁବକଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚିବାରୁ ଭାଲୁଟି ଛାଡ଼ି ଚାଲି ଯାଇଥିଲା । ଭାଲୁ ଆକ୍ରମଣରେ ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ମୁହଁରେ ଗଭୀର ଆଘାତ ଲାଗିଛି ।

jay balangir
Leave A Reply

Your email address will not be published.

11 − four =