pakka

ବାଇକ୍‌କୁ ପଛରୁ ପିଟିଲା କାର୍‌ : ୨ ଗୁରୁତର

bbehera

ସୋର : ବାଲେଶ୍ୱର ଜିଲ୍ଲା ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ ହୁଣ୍ଡାଇ କାର୍‌ ବାଇକ୍‌କୁ ପଛରୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଶଶୁର ଓ ବୋହୂ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶ୍ୟାମସୁନ୍ଦର ସାହୁ ଓ ତାଙ୍କ ବୋହୂ ତୁଳସୀ ରେଖା ତ୍ରିପାଠୀ ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିବା ସମୟରେ ଏହି ଛକ ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର୍‌ ତାଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଉଭୟ ଶଶୁର ଓ ବୋହୂ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଡେପୁଟି ଫାୟାର ଅଫିସରଙ୍କ ଗାଡ଼ିରେ ସୋର ଡାକ୍ତରଖାନକୁ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

19 + 3 =