pakka

ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜାମପଦର ଗାଁର ନରହରି ହତୀ(୪୩) । ସୂଚନା ଅନୁସାରେ ନରହରି ହତୀ କୌଣସି ଏକ ବ୍ୟକ୍ତିଗତ କାମ ପାଇଁ ଗଦମାଲ ଗାଁକୁ ଯାଇଥିଲେ । କାମ ସାରି ନିଜ ଘରକୁ ଫେରୁଥିବା ବେଳେ ରାସ୍ତା କଡରେ ଥିବା ଗଛର ଡାଳ ଛିଣ୍ଡି ତାଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗିର ମେଡିକାଲକୁ ଆଣି ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

eleven − 2 =