pakka

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

bbehera

ନୂଆପଡ଼ା, (ନିରାକାର ମେହେର) : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି । ଗୁରୁତର ଯୁବକ ଜଣକ ହେଲେ ମହେଶ ରାଉତ । ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା ଗ୍ରାମର ମହେଶ ସକାଳୁ ମହୁଲ ସଂଗ୍ରହ କରିବା ପାଇଁ ବିଲକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଦୁଇ ଭାଲୁ ଆକ୍ରମଣ କରିଥିଲେ । ମହେଶଙ୍କ ବାପା ଓ ଅନ୍ୟମାନେ ରଡି ଛାଡିବାରୁ ମା’ ଓ ଛୁଆ ଭାଲୁ ଜଙ୍ଗଲ ମୁହାଁ ହୋଇଥିଲେ । ମହେଶଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଡାହାଣ ଗୋଡ, ହାତ ଓ ମୁହଁରେ କ୍ଷତ ହୋଇଛି ।

jay balangir
Leave A Reply

Your email address will not be published.

14 − twelve =