pakka

ଦୁଇ ବାଇକ୍‌ ଧକ୍କା : ୨ ଗୁରୁତର

bbehera

ରେଙ୍ଗାଲି : ଅତାବିରା ହାଇସ୍କୁଲ ସମ୍ମୁଖ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଆଜି ଗୋଟିଏ ବାଇକ୍‌ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ମାଆ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ବାଇକ୍‌ରେ ଭେଡେନରୁ ଝାରସୁଗୁଡା ଯିବା ସମୟରେ ହାଇସ୍କୁଲ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ଧକ୍କାରେ ମାଅ ଓ ପୁଅ ଛିଟିକି ପଡ଼ିଥିଲେ । ସୂଚନା ପାଇ ଅତାବିରା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୩ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଥିବା ଝାରସୁଗୁଡା ବନିତା ଖଟୁଆଲ(୪୦), ପୁଅ ମାନସ ଖଟୁଆଲ(୨୨)କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟ ବାଇକ୍‌ ଚାଳକ ଜଣକ ଆଗଲପୁର ଫଟାମୁଣ୍ଡା ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

16 + eighteen =