csstore

ଘରୋଇ କଳହକୁ କେନ୍ଦ୍ର କରି ନିଜ ଭାଉଜକୁ ଗୁଳି କଲା ଦିଅର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ଗ୍ରାମର ସନ୍ତୋଷିନୀ ବର୍ଗେ(୩୭)ଙ୍କୁ ତାଙ୍କ ଦିଅର ରଂଜନ ବର୍ଗେ(୩୪) ଗୁଳି କରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମୁତାବକ ଗତ ୨ ତାରିଖ ସୋମବାର ଦିନ ନୁନିଆପାଲି ଗ୍ରାମର ପଂଚାନନ ବର୍ଗେ ଓ ସାନଭାଇ ପ୍ରଶାନ୍ତ ବର୍ଗେ ଟ୍ରାକ୍ଟରରେ କାମ କରିବାକୁ ଯାଇଥିଲେ । ପଂଚାନନ ବର୍ଗେଙ୍କ ସ୍ତ୍ରୀ ସନ୍ତୋଷିନୀ ବର୍ଗେ ଘରେ ଏକୁଟିଆ ଥଲେ । ଏହି ସମୟରେ କୁକୁଡା ମାରିବାକୁ ନେଇ ଦିଅର ଭାଉଜ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାରୁ ରଂଜନ ଉତ୍‌କ୍ଷିପ୍ତ ହୋଇ ନିଜ ଚଢେଇ ମରା ବନ୍ଧୁକରେ ଭାଉଜ ସନ୍ତୋଷିନୀ ବର୍ଗେଙ୍କ ଛାତିରେ ଗୁଳିମାରି ବନ୍ଧୁକ ପଛପଟେ ମୁଣ୍ଡରେ ପିଟିବାରୁ ମୁଣ୍ଡରେ ଗଭୀର ଆଘାତ ପାଇ ସନ୍ତୋଷିନୀ ତଳେ ପଡି ଯାଇଥିଲେ । ଉକ୍ତ ବିଷୟରେ ଗ୍ରାମର କୌଣସି ଏକ ବ୍ୟକ୍ତିଙ୍କଠାରୁ ପଂଚାନନ ବର୍ଗେ ଫୋନ କଲ ପାଇ ଘରକୁ ଆସି ସନ୍ତୋଷିନୀ ବର୍ଗେଙ୍କୁ ଘଟଣା ବିଷୟରେ ପଚାରି ଆଗଲପୁର ଥାନାକୁ ନେଇ ଭାଇ ରଂଜନ ବର୍ଗେଙ୍କ ନାମରେ ମାମଲା ରୁଜୁ କରିଥିଲେ । ପୋଲିସ ସନ୍ତୋଷିନୀ ବର୍ଗେଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଇ ଦେଇଥିଲେ । ରଂଜନ ବର୍ଗେ ଘରୁ ଫେରାର ଥିବାରୁ ପୋଲିସ ଗିରଫ କରି ନଥିବା ସୂଚନା ରହିଛି ।

jayashree
Leave A Reply

Your email address will not be published.