csstore

ଡୁଙ୍ଗୁରିପାଲିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ସାମିଲ ହୋଇଥିଲେ ଗାଁର ଯୁବକ ସଙ୍ଘର ରକ୍ଷ ଅମାତ, ସଦାନନ ପଧାନ, ଶ୍ରୀତମ ବିଶ୍ଵାଳ, ତ୍ରିନାଥ, ଶିବାଶିଷ, ସୁବ୍ରତ, ଯୁଗୀନ୍ଦ୍ର, ପପୁନ, ମୁନା, ବୁଲୁ, ବିପ୍ଳବ, ବସନ୍ତ, ସୁଶାନ୍ତ, ରୁପେଶ ତଥା ଗାଁର ସମସ୍ତ ବ୍ୟକ୍ତି ବିଶେଷ ସମସ୍ତେ ମିଶି ଗାଁ ସରଂକ୍ଷିତ ଜଙ୍ଗଲ ନିକଟ ଫୁଟବଲ ପଡିଆ ପାର୍ଶ୍ୱରେ ଚାରାଗୁଡିକ ଲଗାଇଥିଲେ । ଏହି କାର୍ଯ୍ୟ ଦେଖି ଆଖ ପାଖର ଶିକ୍ଷିତ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ଗଛ ହିଁ ଜୀବନ ଗଛ ବଞ୍ଚିଲେ ଆମେ ବଂଚିବା ସମସ୍ତଙ୍କୁ ଏହି ଆହ୍ୱାନ ଦେଇ ଶ୍ରୀ କଣ୍ଟା ଗଛ ଲଗାଇବାକୁ ଅନୁରୋଧ କରିଥିଲେ । ଶେଷରେ ଗଛର ଉପକାରିତା ପ୍ରକୃତି ଆଉ ପରିବେଶ ବାବଦରେ କିଛି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.