pakka

ଆସିଲା ଫେବୃଆରି ଗାଇଡ୍‌ ଲାଇନ୍‌

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫେବୃଆରି ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି ହୋଇଥିବା ବେଳେ ଏଥିରେ ସାମାନ୍ୟ ନାଇଟ କର୍ଫ୍ୟୁ କୋହଳ ହେଇଛି । ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍‌ କର୍ଫ୍ୟୁ । ପୂର୍ବରୁ ଏହା ରାତି ୯ଟାରୁ ସକାଳ ୫ଟା ଯାଏଁ ରହିଥିଲା । ସେହିପରି ଫିଲ୍ମ ହଲ୍, ସୁଇମିଂ ପୁଲ୍, ସପିଂ ମଲରେ ଥିବା କଟକଣା ହଟିଥିବା ବେଳେ ଶିକ୍ଷା ଅନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ବତୀ ପୂଜା ପାଇଁ ଅନୁମତି ମିଳିଛି । ମାଘ ସପ୍ତମୀରେ ନଦୀ, ଜଳାଶୟରେ ବୁଡ ପକାଇବା ଉପରେ କଟକଣା ରହିଛି, କିନ୍ତୁ ମନ୍ଦିରରେ ପୂଜାର୍ଚ୍ଚନା ହୋଇପାରିବା ନେଇ କୋହଳ ହୋଇଛି କଟକଣା ।

Leave A Reply

Your email address will not be published.

six + twelve =