pakka

ମିଶନ ଡ୍ରିମ୍‌ସ ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ ଓ ମିସେସ୍‌ ଇଣ୍ଡିଆ-୨୦୨୨ ଗ୍ରାଣ୍ଡ ଫାଇନାଲ କୋଲକାତାରେ ଅନୁଷ୍ଠିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମିଶନ ଡ୍ରିମସର ମିସ୍‌, ମିଷ୍ଟର ଓ ମିସେସ୍‌ ଇଣ୍ଡିଆ-୨୦୨୨ର ଗ୍ରାଣ୍ଡ ଫାଇନାଲ କୋଲକାତା ସ୍ଥିତ ଇକୋପାର୍କରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥଳସେନା ଅଧିକାରୀ ଲ୍ୟୁଟନାଣ୍ଡ ଜେନେରାଲ ଅଜୟ କୁମାର ସୁରୀ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଅଜତକର ଚିଫ୍‌ ଏକ୍‌ଜଚ୍ୟକେଟିଭ ଅମିତ ତ୍ୟାଗି, ମିଶନ ଡ୍ରିମ୍‌ସର ପ୍ରତିଷ୍ଠାତା ପ୍ରିୟ ପ୍ରିୟମ୍ବଦା, ନିର୍ଦ୍ଦେଶକ ଡାରବିନ ଥାପ୍ପା, ସୂଚନ ଓ ଲୋକ ସମ୍ପର୍କ ମୁଖ୍ୟ ପ୍ରଭାସ ରଞ୍ଜନ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଟାଲେଣ୍ଟ ରାଉଣ୍ଡ, ସ୍ପୋଟର୍ସ ରାଉଣ୍ଡ, ସୁଇମିଙ୍ଗୱେର ରାଉଣ୍ଡ, ନେସନାଲ କଷ୍ଟ୍ୟୁମ ରାଉଣ୍ଡ, କକଟେଲ ଡ୍ରେସ, ଉଇନିଙ୍ଗ ଗ୍ରାଉନ ଓ ପ୍ରଶ୍ନୋତ୍ତର ଭଳି ସାତୋଟିସ୍ତରରେ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡିଆ ଝିଅ କେ. ଆର୍‌ ସନ୍ତୋଷିନୀ ମିଶନ ଡିମସ୍‌ ମିସ୍‌ ଇଣ୍ଡିଆ-୨୦୨୨ ଟାଇଟଲ ଜିତିଥିବା ବେଳେ ପଶ୍ଚିମବଙ୍ଗ ମୌମିତ୍ରା ବିଶ୍ୱାସ ମିସେସ୍‌ ଇଣ୍ଡିଆ -୨୦୨୨ ଏବଂ ଗୋଆର ସୋହିଦ ଅଙ୍ଗୋଲକର ମିଷ୍ଟର ଇଣ୍ଡିଆ-୨୦୨୨ ଟାଇଟଲ ହାସଲ କରିଥିଲେ । ଏଥିରେ ମିସ୍‌ କାଟେଗୋରୀରେ ସିଲଂର ବର୍ଣ୍ଣନା ଦତ୍ତ ଓ ମଧ୍ୟପ୍ରଦେଶର ଜାଗୃତି ଜଗୱାନୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମିଷ୍ଟର କେଟାଗୋରୀରେ ଓଡିଆ ପୁଅ ଅମିତ ମେହେର ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ପଶ୍ଚିମବଙ୍ଗର ସୟନ ମଲ୍ଲିକ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ । ସେହିପରି ମିସେସ୍‌ କାଟେଗୋରୀରେ ହିମାଚଳର ମେହକ ସୁରୀ ପ୍ରଥମ ରନର୍ସ ଅପ୍‌ ଅଧିକାର କରିଥିବା ବେଳେ ଜାମସେଦପୁରର ସ୍ୱାତୀ ସିଂ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ । ଏହାର ଉଦ୍‌ଯାପନ ସମାରୋହରେ ପୂର୍ବତନ ମିସେସ୍‌ ଇଣ୍ଡିଆ ଉରଭାସା ଜୟପାଲ ଓ ଜଗଜିତା ଦାଶ ଏବଂ ସେଲିବ୍ରିଟି ଫ୍ୟାଶନ ଡିଜାଇନର ଜିତ ଜଗଜିତ ବିଜେତାମାନଙ୍କୁ କ୍ରାଉନ ପିନ୍ଧାଇଥିଲେ । ମିଶନ ଡ୍ରିମସ୍‌ ମିସ୍‌, ମିଷ୍ଟର ଓ ମିସେସ୍‌ ଇଣ୍ଡିଆ -୨୦୨୩ରେ ଭାଗ ନେବା ଲାଗି ଇଚ୍ଛୁକ ପ୍ରତିଯୋଗମାନେ www.missiondreams.com, whatsaap no. 8335960574/ 785190507 ମାଧ୍ୟମରେ ଆବେଦନ କରିପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି ।

jay balangir
Leave A Reply

Your email address will not be published.

1 × one =