ରାସ୍ତା ନିର୍ମାଣ ପାଇଁ ସହକାରୀ ବନ ସଂରକ୍ଷକଙ୍କ ସମେତ ୪ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବୌଦ୍ଧ, (ମମତା ମହାକୁର) : ରାସ୍ତା ନିର୍ମାଣ ପାଇଁ ବୌଦ୍ଧ ବନବିଭାଗର ସହକାରୀ ବନ ସଂରକ୍ଷକ(ଏସିଏଫ)ଙ୍କୁ ଅଟକ ରଖିଲେ ଗ୍ରାମବାସୀ ।ମିଳିଥିବା ସୂଚନା ମତେ ଶନିବାର ଛୁଟିଦିନ ଥିବା ବେଳେ ବୌଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ଲାଖ ପର୍ବତଠାରେ ବନବିଭାଗର ବଡବାବୁ ମାନଙ୍କର ଭୋଜିଭାତର ଆୟୋଜନ କରାଇଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସମେତ ତିନି ସହକାରୀ ବନସଂରକ୍ଷକ ମଧ୍ୟ ଲାଖ ପର୍ବତ ପହଞ୍ଚି ଯାଇଥିଲେ । ହେଲେ ବାଟରେ ଗଲାବେଳେ ପିଣ୍ଡାପଦର ଓ ଜାମୁଖଳ ଗ୍ରାମବାସୀ ସମସ୍ତ ବନବିଭାଗ କର୍ମଚାରୀଙ୍କୁ ଲମ୍ଵସରି ବୌଦ୍ଧ ବନବିଭାଗ ଏସିଏଫ ରାଜେନ୍ଦ୍ର ଗୋଛାୟାତ ଆଜି ଅଟକ ରଖିଥିଲେ । ପିଣ୍ଢାପଦର ଗ୍ରାମରୁ ବଡଝରମୁଣ୍ଡା ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ ଟେଣ୍ଡର କାମ ସାରିଥିଲେ ବି ବନବିଭାଗର ଅନୁମତି ମିଳୁ ନ ଥିବାରୁ କାମ ହୋଇପାରୁନାହିଁ । ଫଳରେ ବର୍ଷା ଦିନରେ ଲୋକେ କାଦୁଅ ଯୋଗୁଁ ଯାଇପାରୁ ନାହାନ୍ତି ।ଫଳରେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଦାବୀରେ ଏସିଏଫ ଓ ଅନ୍ୟ ରେଞ୍ଜର, ବନରକ୍ଷୀଙ୍କୁ ଅଟକ ରଖିଥିଲେ । ବାରମ୍ବାର ଦାବୀ ପରେ ମଧ୍ୟ ଜଙ୍ଗଲ ବିଭାଗ ରାସ୍ତା ନିର୍ମାଣ କରୁନାହିଁ । ଫଳରେ ବଡଝାରମୁଣ୍ଡାରୁ ପିଣ୍ଢାପଦରକୁ ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷା ଦିନରେ ଯାଇ ହେଉନାହିଁ । ତେବେ ଦୀର୍ଘ ଦେଢ ଘଣ୍ଟା ବନ ବିଭାଗ ଅଧିକାରୀଙ୍କୁ ଅଟକ ରଖିବା ପରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେବା ପରେ ସେମାନଙ୍କୁ ଗ୍ରାମବାସୀ ଛାଡିଥିଲେ । ଏ ଘଟଣାକୁ ନେଇ ଆଜି ଜିଲ୍ଲା ସାରା ହଇଚଇ ସୃଷ୍ଟି ହୋଇଯାଇଥିବା ବେଳେ ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.

4 × 1 =