ଶ୍ମଶାନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପୋଷ୍ଟର ଲଗାଇଲା କଂଗ୍ରେସ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସାରା ଦେଶରେ କରୋନା ମହାମାରୀ ତାର କାୟାବିସ୍ତାର କରୁଥିବା ବେଳେ ଉଭୟ କେନ୍ଦ୍ରରେ ଥିବା ମୋଦୀ ସରକାର ଏବଂ ରାଜ୍ୟରେ ଥିବା ନବୀନ ସରକାର ଜନସାଧାରଣଙ୍କୁ ବଞ୍ଚାଇବା ଛାଡ଼ି ଫଟୋ ରାଜନୀତି କରିବାରେ ବ୍ୟସ୍ତ ରହିଥିବା ଅଭିଯୋଗ କରିଛି କଂଗ୍ରେସ । ସେହିପରି ଭାବେ ମୋଦୀ ଏବଂ ନବୀନ ସରକାର ଟୀକାକରଣ କେନ୍ଦ୍ର, ଟୀକାକରଣ ସାର୍ଟିଫିକେଟରେ ନିଜର କେମିତି ଫଟୋ ଲାଗିବ ତାର ବ୍ୟବସ୍ଥା କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏବେ ପର୍ଯ୍ରନ୍ତ ଭାରତ ବର୍ଷର ୪୦ରୁ ୫୦% ପ୍ରତିଶତ ଜନସାଧରଣଙ୍କୁ ଟୀକା ଦିଆଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କେମିତି ୧୦୦% ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ସାରା ଦେଶକୁ କରୋନା ମୁକ୍ତ କରାଯିବ, ସେ କଥା ନଭାବି କେବଳ ଫଟୋ ରାଜନୀତି କରୁଛନ୍ତି ବୋଲି ଆଜି ବରଗଡ଼ ଜୀରାନଦି ସ୍ଥିତ ଶ୍ମଶାନ ଠାରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସୋସିଆଲ ମିଡ଼ିଆ ଉପାଧ୍ୟକ୍ଷ ଅଭିଷେକ ନାୟକଙ୍କ ଉପସ୍ଥିତିରେ ଏବଂ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତିଙ୍କ ନେତୃତ୍ୱରେ ଶ୍ମଶାନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଫଟୋଚିତ୍ର ଲଗାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

10 − four =