oom

ଦୁଇ ବର୍ଷ ତିନି ମାସ ପରେ ଫେରାର୍‌ ଧର୍ଷଣ ଅଭିଯୁକ୍ତ ଗିରଫ୍‌

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୦ ମାର୍ଚ୍ଚ ୨୦୧୯ ଦିନ ଜଣେ ଯୁବତୀଙ୍କ ଏତଲା କ୍ରମେ ପାଟଣାଗଡ଼ ଥାନାରେ କେସ୍‌ ନଂ.୬୭/୧୯ରେ ଏକ ଧର୍ଷଣ ଓ ହରିଜନ ଆଦିବାସୀ ନିର୍ୟାତନା ଆଇନ ଅଧୀନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଘଟଣା ପର ଠାରୁ ଭଇଁଷା ଗାଁର ଅଭିଯୁକ୍ତ ଅରୁଣ ପୋଢ଼ ସେହି ସମୟରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର୍‌ ହୋଇ ଦୁଇ ବର୍ଷରୁ ଅଧିକ ସମୟ ତାମିଲ୍‌ନାଡ଼ୁର କୋଏମ୍ବାଟୁର ସହରର ଏକ କପଡ଼ା ଶିଳ୍ପରେ କାମ କରୁଥିଲା ଓ କିଛି ଦିନ ହେବ ଗାଁକୁ ଫେରିଥିଲା । ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ଦଶଟା ବେଳେ ରୁଣ ପୋଢ଼ ତା’ ଗାଁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା ନେବାକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ତାକୁ କାବୁ କରି ପାଟଣାଗଡ଼ ଥାନାକୁ ଆଣିଥିଲେ । ଉପରୋକ୍ତ ମକଦ୍ଦମାରେ ତାକୁ ଗିରଫ୍‌ କରି ଆନୁସଂଗିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଲିସ ତରଫରୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । କୋର୍ଟରେ ତା’ର ଜାମିନ ନାମଂଜୁର ହେବାରୁ ତାକୁ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି ।

jittmm
Leave A Reply

Your email address will not be published.