ଚଟୁଅନକାରେ ୧୧୦ଜଣ ନେଲେ କରୋନା ଟୀକା

ତୁରେକେଲା, (କୈଳାଶ ସଗ୍ରିଆ) : କରୋନାକୁ ରୋକିବା ପାଇଁ ବର୍ତ୍ତମାନ ୧୮ ବର୍ଷରୁ ୪୪ବର୍ଷ ପର୍ୟ୍ୟନ୍ତ କରୋନା ଟୀକାକରଣ ଚାଲିଛି । ସମସ୍ତଙ୍କୁ ଟୀକା ଦେବା ଉପଲକ୍ଷେ ପ୍ରତ୍ୟେକ ପଞ୍ଚାୟତରେ ଟୀକାକେନ୍ଦ୍ର ଖୋଲାଯାଇଛି ଏହି ଅବସରରେ ଚଟୁଅନକାର କ୍ଳବ ଗୃହରେ ଆଜି ଟୀକା ଦିଆଯାଇଥିଲା । ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମା କଲେତ, ଅଙ୍ଗନବାଡ଼ି କର୍ମୀ ରଶ୍ମିତା ଲୁହା, ଜୁନିୟର ରେଡକ୍ରସର ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଠାରେ ୧୧୦ଜଣ ଟିକା ନେଇଥିଲେ । ଆଜିର ଟୀକାକରଣରେ ପ୍ରସନ୍ନ ମହାନନ୍ଦ, ସରପଞ୍ଚ ସସ୍ମିତା ମହାନନ୍ଦ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

16 − seven =