ବିଶିଷ୍ଟ ଜନନେତା ଧୁର୍ଜଟି ଦାସଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏସ୍‌ୟୁସିଆଇ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଗନ୍ଧରେଲ ଠାରେ କମ୍ରେଡ ଧୁର୍ଜଟି ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି, କଳାବ୍ୟାଚ ପରିଧାନ କରି ଶୋକ ଦିବସ ପାଳିତ କରାଯାଇଛି । ତାଙ୍କର ବିୟୋଗ ଗଣ ଆନ୍ଦୋଳନ ତଥା ଶ୍ରମିକ, ଚାଷୀ, ମେହନତି ମଣିଷଙ୍କ ପାଇଁ ବିରାଟ କ୍ଷତି ବୋଲି ଶୋକ ଦିବସରେ ମତ ପ୍ରକାଶ ପାଇଛି । ପ୍ରକାଶ ଯେ, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ, କେନ୍ଦ୍ରୀୟ କମିଟି ସଭ୍ୟ ତଥା ବିଶିଷ୍ଟ ସଂଗ୍ରାମୀ ଜନନେତା କମ୍ରେଡ୍ ଧୁର୍ଜଟି ଦାସଙ୍କର ଗତ ୨୪ ତାରିଖରେ ଦୁଃଖଦ ବିୟୋଗ ଘଟିଥିଲା । ଶ୍ରୀ ଦାଶ ଦୁରାରୋଗ୍ୟ ଲିଭର କେନ୍ସର ରୋଗରେ ପିଡିତ ହୋଇ କଲିକତା ଆର୍ଡ କ୍ଲିନିକ ଏଣ୍ଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ଦାସ ୭୦ଦଶକରେ ଗଙ୍ଗାଧର ମେହେର କଲେଜ ସମ୍ବଲପୁରର ବିଖ୍ୟାତ ଛାତ୍ରନେତା ଭାବେ ସୁପରିଚିତ ଥିଲେ । ଛାତ୍ରବସ୍ଥାରେ ଇନ୍ଦିରା ସରକାର ଦ୍ୱାରା ଜାରି ହୋଇଥିବା ଜରୁରିକାଳିନ ପରିସ୍ଥିତିରେ ଗିରଫ ହୋଇ ୨୦ମାସ ଜେଲରେ ଥିଲେ । ପରବର୍ତ୍ତୀ ସମୟରେ ଅବିଭକ୍ତ ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ, ମୟୁରଭଞ୍ଜ ଆଦି ଜିଲ୍ଲାରେ ବହୁ ଗଣ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଓ ବିପ୍ଲବୀ ଛାତ୍ର ସଂଗଠନ ଏଆଇଡିଏସ୍‌ଓ ତଥା ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)କୁ ଗଢି ତୋଳିଥିଲେ । ସେ ଏସ୍‌ୟୁସିଆର କେନ୍ଦ୍ରୀୟ କମିଟି ସଭ୍ୟ ଓ ଓଡିଶା ରାଜ୍ୟ ସଂପାଦକ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ହଠାତ୍ ଦୁରାରୋଗ୍ୟ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହି ଶୋକ ଦିବସରେ ଏସ୍‌ୟୁସିଆ ଜିଲ୍ଲା ସାଂଗଠନିକ ସଂପାଦକ ସୁନିଲ ଭୋଇ, ରାଜେନ୍ଦ୍ର ରଣା, ବିକାଶ ଜେନା ସହ ବହୁ କର୍ମୀ ଶୋକ ପାଳନରେ ସାମିଲ ଥିଲେ ।

Leave A Reply

Your email address will not be published.

10 − 9 =