୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧୀନତାର ଗୌରବ ଯାତ୍ରା

ନୂଆପଡା, (ନିରାକାର ମେହେର) : ୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ଓ ସିନାପାଲି ବ୍ଲକ କଂଗ୍ରେସ କମିଟି ତରଫରୁ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ କରାଯାଇଛି । ଏହି ପଦଯାତ୍ରା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମଠାରୁ ସିଙ୍ଗଝର ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ରହିଥିଲା । ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ସର୍ବାଧିକ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ସାମିଲ ରହି ସଫଳ କରିଥିଲେ । ଏହି ଅବସରରେ ଆୟୋଜିତ ଏହି ଗୌରବ ଯାତ୍ରାରେ ଡିଜେଲ, ପେଟ୍ରୋଲ, ରନ୍ଧନଗ୍ୟାସ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦ ଓ ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଉତ୍କଷ୍ଟ ବେକାରି ସମସ୍ୟା ବିରୋଧରେ ଜିଲ୍ଲା ଭିର୍ତ୍ତିକ ନିଯୁକ୍ତି ଦାବୀରେ ତଥା ସମସ୍ତ ପ୍ରକାର ଚୁକ୍ତି ଭିର୍ତ୍ତିକ ନିଯୁକ୍ତି ଉଚ୍ଛେଦ ଦାବୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ବିରୋଧ କରାଯାଇଛି । ସିଙ୍ଗଝରରେ ପହଞ୍ଚି ନଗର ପରିକ୍ରମା କରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ପାଣିଗ୍ରାହୀ ଉଭୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀ ସମେତ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଲେନ୍ଦ୍ର ଭୋଇ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅମିତାଭ ପଟେଲ, ଖଡିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମିନା ଘିଭେଲା, ଭିଷ୍ମ ସୁନାନୀ, ହିରାଧର ମେହେର, ଗିରିରାଜ ମାଝି, ଜୟପାଳ ନାଗ, ଫାରୁକ ମହମ୍ମଦ ସମେତ ସତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 + twelve =