ବଲାଙ୍ଗିର ସହରର ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମଠାରେ ବୁଷ୍ଟରଡୋଜ ଟୀକାକରଣ ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଅଧୀନସ୍ଥ ୨୧ ନମ୍ବର ୱାର୍ଡ ଚନ୍ଦ୍ରଶେଖର ନଗରଠାରେ ଅବସ୍ଥାପିତ “ସମ୍ପୂର୍ଣ୍ଣା” ମାତୃଛାୟା ବୃଦ୍ଧାଶ୍ରମଠାରେ ଜନସାଧାରଣ ତଥା ଉକ୍ତ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ କ୍ୟାମ୍ପ ତଥା କୋଭିଡ଼-୧୯ ବୁଷ୍ଟରଡୋଜ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ସମ୍ପୂର୍ଣ୍ଣା” ଏନଜିଓ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସନ୍ତୋଷୀ ମେହେର, ସମ୍ପାଦିକା ଶ୍ରୀମତୀ ରଶ୍ମୀ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲ। । ସଭାର ମୁଖ୍ୟଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ ଏବଂ ୨ ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ ସରିତା ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟପ୍ରତି ସମସ୍ତେ ଯତ୍ନବାନ ହୋଇ ସଜାଗ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ସମ୍ପୂର୍ଣ୍ଣା ବୃଦ୍ଧାଶ୍ରମକୁ ଏକ ହୁଇଲ-ଚେୟାର ପ୍ରଦାନ କରିଥିଲେ । ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ କାଉନସିଲର ଶ୍ରୀମତୀ ସରିତା ଦାସଙ୍କ ସମେତ ବହୁ ଗଣ୍ୟମାନ୍ୟ ଅତିଥି ମଧ୍ୟ ଏଠାରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ସମସ୍ତେ ବୁଷ୍ଟରଡୋଜ ଟୀକା ନେଇଥିଲେ । ପ୍ରାୟ ୩୦ ଜଣ ସଦସ୍ୟ ବୁଷ୍ଟର ଡୋଜ ଟୀକା ନେଇଥିଲେ ବୋଲି ଏନଜିଓ ସଂଗଠନ “ସମ୍ପୂର୍ଣ୍ଣା”ର ସମ୍ପାଦିକା ରଶ୍ମୀ ପାତ୍ର ଜଣାଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମ୍ପୂର୍ଣ୍ଣା ଅନୁଷ୍ଠାନର କୋଷାଧ୍ୟକ୍ଷା ସଞ୍ଜଳି ଶତପଥୀ, ଯୁଗ୍ମ ସଂପାଦିକା ଶ୍ରୀମତୀ ନଳିନୀ ପ୍ରଭା ଶତପଥୀ, ସକ୍ରୀୟ ସଦସ୍ୟା ଶ୍ରୀମତୀ ମମତା ବେହେରା, ଶ୍ରୀମତୀ ରଶ୍ମୀତା ଡାକୁଆ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × two =

error: Content is protected !!