ପୃଥ୍ୱୀରାଜ ଗୋଶାଳା ଠାରେ ଗୋପାଷ୍ଟମୀ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠିକାଦାର ପଡ଼ାସ୍ଥିତ ପୃଥ୍ୱୀରାଜ ଗୋଶାଳା ଠାରେ ଗୋପାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଛି । କୋଭିଡ ନିୟମ ପାଳନ କରି ଉ‌ତ୍ସବ ପାଳନ ହୋଇଥିବା କୁହାଯାଇଛି । ଶ୍ରଦ୍ଧାଳୁ ମାନେ ଆସି ଗୋମାତାଙ୍କୁ ଖାଦ୍ୟ ଖୁଆଇ ଗୋପାଷ୍ଟମୀ ପାଳନ କରିଥିଲେ । ଶ୍ରଦ୍ଧାଳୁମାନେ ଗୋମାତାଙ୍କ ପରିକ୍ରମା କରିବା ସହ ଭିତରେ ହୋଇଥିବା ପୂଜା ଏବଂ ଭଗବାନଙ୍କର ଦର୍ଶନ ଲାଭ କରିଥିଲେ ।

Leave A Reply

Your email address will not be published.