କଲରାପତ୍ରିଆ ବାଘ ଛାଲ ଜବତ ସହ ଜଣେ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଏକ କଲରାପତ୍ରିଆ ବାଘ ଛାଲ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ବ୍ୟକ୍ତିଙ୍କ ନାଆଁ ଅନନ୍ତ ପନକା ବୋଲି ଜଣାପଡିଛି । ତାଙ୍କର ଘର ଝରିଗାଁ ନିକଟସ୍ଥ ବେଲଗାଁରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଅନନ୍ତ ପନକା ରାଇଘର ବ୍ଲକ୍ କେରିପଦର ଅଞ୍ଚଳରୁ ଏକ କଲରାପତ୍ରିଆ ବାଘ ଛାଲ ବିକ୍ରି କରିବାକୁ ସେମଳା ଛକ ନିକଟକୁ ଆସିଥିଲେ । ଏନେଇ ଉମରକୋଟ ବନ ବିଭାଗ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହା ପରେ ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବନାଞ୍ଚଳ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏଥିରେ ଉମରକୋଟ, ରାଇଘର ଓ ଡାବୁଗାଁ ରେଞ୍ଜର ପ୍ରାୟ ୩୫ଜଣ ବନ କର୍ମଚାରୀ ସାମିଲ ଥିଲେ । ସେମଳା ଛକ ନିକଟରୁ ବାଘ ଛାଲ ଜବତ କରାଯାଇଥିଲା ।

Leave A Reply

Your email address will not be published.

one + 2 =