ଦୋକାନ ବାହାରେ ଥିବା ବାଇକକୁ ଜାଳି ଦେଇଥିବା ଅଭିଯୋଗ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ବେହେରାପଡାର ଏକ ଦୋକାନ ବାହାରେ ଥିବା ବାଇକକୁ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ ଘଟଣାଟି ବିଳମ୍ବିତ ରାତିରେ ହୋଇଥିବା ବେଳେ ବାଇକ ଜଳା ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । ସ୍ଥାନୀୟ ଥାନାରେ ବାଇକ ମାଲିକ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏଯାଏ ପହଞ୍ଚି ନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ବାଇକ ମାଲିକଙ୍କ କହିବା ଅନୁସାରେ ତାଙ୍କର ଡିଜେ ସାଉଣ୍ଡ ବେପାର ଥିବାରୁ ରାତିରେ ସେ ଏକ ବିବାହ ଉତ୍ସବରେ ଥିଲେ । ପୂର୍ବରୁ ସେହି ପଡ଼ାର ଜଣେ ଯୁବକ ତାଙ୍କ ବାଇକ୍‌ ଜାଳିବାକୁ ଧମକ ଦେଇଥିଲେ । ବିବାହରୁ ଫେରିବା ପରେ ବାଇକ ମାଲିକ ଘରକୁ ଆସି ଦେଖିଥିଲେ ଯେ ସଂପୂର୍ଣ୍ଣ ରୂପେ ତାଙ୍କ ଗାଡ଼ିଟି ଜଳିଯାଇଛି ।

Leave A Reply

Your email address will not be published.

three × 3 =