pakka

ମହୁଲପୋଚ ଓ ରନ୍ଧାମଦ ଜବତ ସହ ୪ ଗିରଫ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ବଢୁଛି ରନ୍ଧା ମଦ କାରବାର । ଏନେଇ ଖବର ପାଇ ବରଗଡ଼ ଅବକାରୀ ସୁପରିଟେନଡେଣ୍ଟ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉ ବେଳେ ୬୦୦ ମହୁଲପୋଚ ଓ ୧୦୦ ଲିଟର ରନ୍ଧାମଦ ଜବତ ହୋଇଛି । ଏହା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସମ୍ପିଆ ଗାଁର ହୄଷିକେଶ ବେହେରା, ଚତୁର୍ଭୁଜ ବେହେରା, ତେଜରାଜ ବେହେରା ଓ ଖଗେଶ୍ଵର କାଲୋ । ଏହି ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ । ଏନେଇ ପଦ୍ମପୁର ଅବକାରୀ ଥାନା ଏସଆଇଏଚ ଜଗା ରାଓ ସୂଚନା ଦେଇଛନ୍ତି । ଏହି ଚଢାଉରେ ମୁକେଶ ବିଶ୍ଵାଳ, ପ୍ରଶାନ୍ତ ବାଗ, ନବବତି ମଲ୍ଲିକ, ସୁବାଶିନୀ ଭୋଇ ଓ ରାକେଶ ସାହୁ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

19 + three =

error: Content is protected !!