jayashree

ମଦ୍ୟପ ଡ୍ରାଇଭର ଗିରଫ

କୋରାପୁଟ, (କେପିଏନ୍‌ଏସ୍‌) : ମଦ୍ୟପାନ କରି ବସ୍ ଚଲାଉଥିବା ଅଭିଯୋଗରେ ଡ୍ରାଇଭରଙ୍କୁ ଗିରଫ କରିଛି କୋରାପୁଟ ଟାଉନ୍ ପୁଲିସ । ଗିରଫ ଡ୍ରାଇଭର ଜଣକ ହେଲେ ରାମ ଖିଲ ବୁଡ଼ି । ଏଥିସହ ସମ୍ପୃକ୍ତ ବସ୍‌କୁ ମଧ୍ୟ ଜବତ କରିଛି ପୁଲିସ । ସୂଚନା ଅନୁସାରେ, ବସ୍‌ଟି ଜଗଦଲ୍‌ପୁରରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବେଳେ କୋରାପୁଟ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲା । ଏହି ସମୟରେ ଡ୍ରାଇଭର ମଦ୍ୟପାନ କରିଥିବା ଜାଣିବା ପରେ ଯାତ୍ରୀମାନେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ କୋରାପୁଟ ଟାଉନ୍ ପୁଲିସ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଡ୍ରାଇଭରଙ୍କ ପରୀକ୍ଷା କରିଥିଲା । ଏହାପରେ ଡ୍ରାଇଭରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ବସ୍‌ଟିକୁ ଜବତ କରିଛି ପୁଲିସ । ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ଏଭଳି ଦାୟିତ୍ୱହୀନତା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।

Leave A Reply

Your email address will not be published.