pakka

୨ ଡକାୟତ ଗିରଫ : କାର, ମୋବାଇଲ, ଭୁଜାଲି ଜବତ

bbehera

ନୟାଗଡ : ନୟାଗଡ ସଦର ଥାନା ପୁଲିସ୍ ମଙ୍ଗଳବାର ୨ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ଫତେଗଡ ଥାନା ଚକ୍ରଧରପ୍ରସାଦ ଗ୍ରାମର ଦିଲ୍ଲୀପ୍ ପରିଡା(୨୬) ଓ ଅନ୍ୟ ଜଣେ ଶରଣକୁଳ ଥାନା କୁସପାଣ୍ଡେରି ଗ୍ରାମର ମାନସ ପ୍ରଧାନ(୨୯) । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି । ଏହି ୨ ଜଣଙ୍କୁ ପୁଲିସ୍ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ କାର, ୫ଟି ମୋବାଇଲ, ମନିପସ୍ ୨ଟି ଓ ଭୁଜାଲି ୩ଟା ଜବତ କରିଛି । ଏମାନଙ୍କ ସହଯୋଗୀ ଏବେ ସଞ୍ଜୟ ନାୟକ(୨୨), କାର୍ତ୍ତିକ ନାୟକ, ରଘୁନାଥ ଦାସ୍( ୨୩) ପୁରୀ ଜେଲରେ ରହିଥିବା ବେଳେ ସିଲୁ ନାୟକ (୨୬) ରଣପୁର ଜେଲରେ ରହିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି ।

jay balangir
Leave A Reply

Your email address will not be published.

2 × one =