ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଜିଲ୍ଲା ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପାଇକମାଲ ଓ ଝାରବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି । ପାଇକମାଲ ବ୍ଲକ ଅଞ୍ଚଳରେ କୃଷି ଉଦ୍ୟୋଗୀ ଯୋଜନା, ବିହନ ପ୍ରକ୍ରିୟାକରଣ, ଛେଳି ପାଳନ କେନ୍ଦ୍ର, ଝାରବନ୍ଧ ବ୍ଲକର ଓରମାସ ପକ୍ଷରୁ ଚାଲିଥିବା ଧାନ ଓ ମାଣ୍ଡିଆ ପ୍ରୋତ୍ସାହନ କେନ୍ଦ୍ର ଆଦି ବୁଲି ଦେଖିଥିଲେ । ପରେ ପାଇକମାଲ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା କୃଷି ଅଧିକାରୀ ଅମୀୟ ସାହୁ, ସହକାରୀ କୃଷି ନିର୍ଦ୍ଦେଶକ ରବିନାରାୟଣ ସେନାପତି, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ଼ା.ନୀଳମଣୀ ଦୀପ, ରାଜ ଗୋପାଳ ଦାସ ଓ ଉପଖଣ୍ଡର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − 10 =