ଗଞ୍ଜେଇ ଜବତ, ୨ ଗିରଫ

ଗୁଡ଼ଭେଲା : ତୁଷୁରା ଅବକାରୀ ବିଭାଗ ୧୨କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫସୂଚନା ମିଳିଛି । ଗିରଫ ଅଭିଯୁକ୍ତଦ୍ଵୟ ହେଲେ ସଇଁନ୍ତଳା ଥାନା ବେଲଗାଁର ପ୍ରକାଶ ଅଗ୍ରୱାଲ ଓ ଶିଶକେଲା ଗ୍ରାମର ତ୍ରିଲୋଚନ ରଣା । ଏନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତୁଷୁରା ଅବକାରୀ ବିଭାଗ ଡାହିମାଲ ଛକଠାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ଦ୍ରୁତବେଗରେ ତୁଷୁରା ପଟକୁ ଯାଉଥିବା ଦେଖିଥିଲେ । ସେମାନଙ୍କୁ ଡାହିମାଲ ଛକ ନିକଟସ୍ଥ ପୋଖରୀ ପାଖରେ ଅଟକାଇଥିଲେ । ବାଇକ୍‌ରେ ବନ୍ଧା ହୋଇଥିବା ଏକ ଜରି ବ୍ୟାଗରୁ ଗଞ୍ଜେଇ ବାହାରିଥିଲା । ଏଣୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବୋଲି ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

sixteen + eleven =