୧୫ ଫୁଟ ତଳକୁ ଓଲଟିଲା ଟ୍ରକ୍‌

ବୋର୍ଡା : କେଗାଁ ଥାନା ବୋର୍ଡା ରାଇସ ମିଲ୍‌ ଛକଠାରେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଓଲଟି ପଡ଼ିଥିବା ଖବର ମିଳିଛି । ଦୁର୍ଘଟଣାରେ ଡ୍ରାଇଭର୍‌ ଓ ହେଲ୍‌ପର ସୁରକ୍ଷିତ ଥିବା ଜଣାପଡ଼ିଛି । ଉକ୍ତ ଟ୍ରକ୍‌ରେ ଲୁହା ପରିବହନ କରାଯାଉଥିବା ସୂଚନା ମିଳିଛି । ଖବର ପାଇ ବୋର୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

fifteen + 4 =