ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ହରଡ଼ଖୋଲ : ସୋନପୁର ବ୍ଳକ ଗଡ଼ିଆ ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ଗଡିଆ ଗ୍ରାମର ଲୋକନାଥ ଷାଣ୍ଡ ଓ ରାଜେନ୍ଦ୍ର ବିଶି ବାଇକ୍‌ରେ ଉମେଶ ଧରୁଆଙ୍କୁ ତାଙ୍କ ନିଜ ଗ୍ରାମ ନାରାୟଣପୁରକୁ ଛାଡ଼ିବା ପାଇଁ ଯାଉଥିଲେ। ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ଗଡିଆ ଗ୍ରାମ ନିକଟ ଏକ କଲ୍‌ଭଟ୍‌ରେ ପିଟି ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ତିନିଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଉମେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଲା । ଆଜି ଉମେଶଙ୍କ ଶବ ବ୍ୟବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସୋନପୁର ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

four × 3 =