ରେଙ୍ଗାଲି ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ରେଙ୍ଗାଲି ଗ୍ରାମରେ ରବିବାର ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିଲା । ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମର ଜଗୁଆଳି ଭାବେ କାମ ଦେଖାରେଖା କରୁଥିବା ଗ୍ରାମର ନରେନ୍ଦ୍ର ବାଗ(୫୨)ଙ୍କୁ ରାତିରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ମୁରିବାହାଲ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ରାତିରେ ପହଞ୍ଚି ଗୁରୁତର ନରେନ୍ଦ୍ରଙ୍କୁ ମୁରିବାହାଲ ସିଏଚ୍‌ସିରେ ଆଣି ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ବର୍ଗଙ୍କ ସୂଚନା ମତେ ନରେନ୍ଦ୍ର ବେଲପଡ଼ା ଥାନା ଫଟାମୁଣ୍ଡାରୁ ରେଙ୍ଗାଲିକୁ ପ୍ରହରୀ ଦେଖିବାକୁ ଆସିଥିଲେ । ସେଠାରେ ସେ ଅସୁସ୍ଥ ଅନୁଭବ କରୁଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଏଣୁ ଗ୍ରାମର ୱାର୍ଡ ସଭ୍ୟ ଓ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଗୁରୁତର ନରେନ୍ଦ୍ରଙ୍କୁ ସିଏଚ୍‌ସିରେ ଆଣି ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ପୁଲିସ ଏଏସ୍‌ଆଇ ଜଗଦୀଶ ମହାନନ୍ଦ ମୃତଦେହକୁ କଣ୍ଟାବାଞ୍ଜି ନେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ନରେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ନୁଆଦେଇ ବାଗ ଓ ଏକମାତ୍ର ପୁଅ ମୋହନ ବାଗ ଥିବା ଜଣାପଡିଛି । ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ ଅପମୃତ୍ୟୁ କେସ୍‌ ନଂ ୦୬/୨୦୨୪ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦମ ଓରାମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one + twelve =