pakka

ଡ୍ରେନ୍‌ ଭିତରେ ଖସିପଡ଼ିଥିବା ଗାଈକୁ ଉଦ୍ଧାର କଲା ବଲାଙ୍ଗିର ଅଗ୍ନିଶମ ବିଭାଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ୍ରେନ୍‌ ଭିତରେ ଖସିପଡ଼ିଥିବା ଗୋଟିଏ ଗାଈକୁ ତୁରନ୍ତ ଉଦ୍ଧାର କରିଛି ବଲାଙ୍ଗିର ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ ବଲାଙ୍ଗିର – ସୋନପୁର ରାସ୍ତା ସୁଦ୍‌ପଡ଼ା ରୋସ୍‌ନୀ ସ୍କୁଲ ପାଖରେ ଆଜି ପାହାନ୍ତିଆ ସମୟରେ ଡ୍ରେନ୍‌ ଭିତରେ କୌଣସି କାରଣବଶତଃ ଗୋଟିଏ ଗାଈ ଖସିପଡ଼ିଥିଲା । ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ କପିଳ ପତି ୧୧୨ ନମ୍ବରକୁ କଲ୍‌ କରି ଜଣାଇବା ପରେ ବଲାଙ୍ଗିର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ପହଂଚି ଡ୍ରେନ୍‌ ଭିତରୁ ଗାଈକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଅଗ୍ନିଶମ ବିଭାଗର ତୁରନ୍ତ ପଦକ୍ଷେପ ଯୋଗୁଁ ଗାଈଟିର ଜୀବନ ରକ୍ଷା ହୋଇପାରିଥିବାରୁ ଉପସ୍ଥିତ ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

ten + 8 =