ପଣ୍ଡରାଣୀରେ ଅଭିରାମ ଆଶ୍ରମର ଭକ୍ତ ମିଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମରେ ଅଭିରାମ ଆଶ୍ରମର ବାର୍ଷିକ ଭକ୍ତ ମିଳନ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ପ୍ରହରୀ ମଣ୍ଡପ ପ୍ରତିଷ୍ଠା, ନାମଯଜ୍ଞ ଶୁଭାରମ୍ଭ ଓ ଅନ୍ତିମ ଦିନରେ ପୂର୍ଣ୍ଣାହୁତି ହୋଇଥିଲା । ପୁରୀ ଜିଲ୍ଲା କରମଲାର ସନ୍ୟାସୀ ଶେଷାନନ୍ଦ ମହାରାଜ ଓ ସୁମନ୍ତ ମହାରାଜଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା । କନ୍ଧୂମୁଣ୍ଡା, ଜବଳପାଟ, ରଘୁମଣିପାଲି ଓ ପଣ୍ଡରାଣୀର ସଙ୍କୀର୍ତ୍ତନ ଦଳ ଏଥିରେ ସହଯୋଗ କରିଥିଲେ । ପୁରନ୍ଦର ମଲ୍ଲିକ ସସ୍ତ୍ରୀକ କର୍ତ୍ତା ଦାୟିତ୍ଵ ତୁଳାଇ ଥିବାବେଳେ ଶତାଧିକ ଅଭିରାମ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭୁକୃପା ଲାଭ କରିଛନ୍ତି ।

Leave A Reply

Your email address will not be published.

1 × 5 =