pakka

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଗିରଫ

bbehera

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ରେଞ୍ଜ ଅଧୀନ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀଙ୍କ ଦ୍ଵାରା ଧରା ପଡ଼ିଛି ଜଣେ ବ୍ୟକ୍ତି । କାଠ ପୁଲିଆ ଗ୍ରାମର ମୁକୁଡ଼ି ମାଝୀ(୫୨)ଙ୍କୁ ଜଙ୍ଗଲ ଭିତରୁ ଧରି ବନବିଭାଗ କୋର୍ଟ ଚାଲାଣ କରିଛି । ଏଠାରେ ସୂଚନା ଥାଉ କି, ଗୋଟିଏ ସପ୍ତାହ ଭିତରେ ମ. ରାମପୁର ରେଞ୍ଜ ଅଧୀନରେ ଦୁଇ ଜଣ ବ୍ୟକ୍ତିଙ୍କୁ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଥିବା ଅବସ୍ଥାରେ ପେଟ୍ରୋଲିଂ ସମୟରେ ବନ କର୍ମଚାରୀଙ୍କ ଦ୍ଵାରା ଧରା ପଡିଛନ୍ତି । କେହି ଜଙ୍ଗଲରେ ନିଆଁ ନଲଗାଇବାକୁ ବନବିଭାଗ ତରଫରୁ ନିବେଦନ କରାଯାଇଛି ।

jay balangir
Leave A Reply

Your email address will not be published.

1 × 4 =