pakka

ବିଜେଡି ପାଇଁ ଝଟକା : କର୍ଲାମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ତଥା ଆଦିବାସୀ ସଂଘ ବ୍ଲକ୍‌ ସଭାପତିଙ୍କ ବିଜେଡିରୁ ଇସ୍ତଫା

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ତଥା ବ୍ଲକ୍‌ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ବିଜେଡି ପାଇଁ ଝଟକା ସୃଷ୍ଟି ହୋଇଛି । ସେ ବିଜେଡିର ସକ୍ରିୟ ସଭ୍ୟ ଭାବେ ସଂଗଠନକୁ ମଜ୍‌ବୁତ୍‌ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ଏହା ବ୍ୟତୀତ ସେ ବ୍ଲକ୍‌ ଆଦିବାସୀ ସଂଘ ସଭାପତି ଭାବେ ଦୀର୍ଘ ୧୫ ଧରି ଆଦିବାସୀ ସଂଗଠନକୁ ମଜ୍‌ବୁତ୍‌ କରିବାରେ ସଫଳ ହୋଇଛନ୍ତି । ତେବେ ସେ ବିଜେଡି ଛାଡିବା ପରେ କଂଗ୍ରେସରେ ଯୋଗ ଦେଇଥିବା ଜଣାପଡିଛି । ଚଳିତ ନିର୍ବାଚନରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ କରି ବିଜେଡି ଦଳରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

seven + twenty =