pakka

ଘମାଘୋଟ ପ୍ରଚାରରେ କଳିକେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ରାହ୍ମଣପଡ଼ା ୱାର୍ଡ ନଂ. ୮ ଓ ୭ର ଫଳ ମାର୍କେଟ୍‌ରୁ ସାପ୍ତାହିକ ହାଟ ପର୍ଯ୍ୟନ୍ତ ଡୋର୍‌ ଟୁ ଡୋର୍‌, ଦୋକାନକୁ ଦୋକାନ, ହାଟରେ ବସିଥିବା ବେପାରୀ, ବ୍ୟବସାୟୀମାନଙ୍କ ପାଖକୁ ଯାଇ ବିଜେଡ଼ି ପକ୍ଷରୁ ପ୍ରଚାର କରାଯାଇଥିଲା । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ସହ ପୌରଧ୍ୟକ୍ଷା ଲିକା ସାହୁ, କାଉନ୍‌ସିଲର୍‌ ନନ୍ଦିନୀ ପୋଢ଼, ବିଜେଡିର ସାଧାରଣ ସମ୍ପାଦକ ପ୍ରଦ୍ୟୁତ ମିଶ୍ର ସହିତ ଶତାଧିକ ବିଜେଡ଼ି କର୍ମକର୍ତ୍ତା ପ୍ରଚାରରେ କରୁଥିବାର ଦେଖିବାକୁ ମିଳିଛି । ଆସନ୍ତା ମାସ ୨୦ ତାରିଖ ଦିନ ମତଦାନ ହେବାକୁ ଥିବା ବେଳେ ବିଜେଡି ପ୍ରାର୍ଥୀ କଳିକେଶ ଭୋଟ୍‌ ମଇଦାନ୍‌ରେ ଜୋର୍‌ସୋର୍‌ ପ୍ରଚାର ଆରମ୍ଭ କରିଛନ୍ତି । ଏହି କ୍ରମରେ କଳିକେଶ ଆଜି ପ୍ରଚାରରେ ବାହାରି ବିଜେଡ଼ି ପାଇଁ ବ୍ରାହ୍ମଣପଡ଼ା ରବିବାର ହାଟରେ ଜନ ସମର୍ଥନ ଓ ଆଶୀର୍ବାଦ୍‌ ମାଗିଥିଲେ । ଭୋଟ୍‌ ପ୍ରଚାର ସମୟରେ କଳିକେଶ କହିଛନ୍ତି ଯେ, ବିଜେଡ଼ି ପ୍ରତି ଲୋକଙ୍କ ଭରସା ରହିଛି । ବିଜେଡ଼ିର ବିକାଶମୂଳକ ପଦକ୍ଷେପ ଯୋଗୁଁ ବଲାଙ୍ଗିରରେ ବିକାଶ ସମ୍ଭବ ହୋଇପାରିଛି । ଆଗାମୀ ସମୟରେ ସହର ମଧ୍ୟରେ ପୌରପରିଷଦ ପକ୍ଷରୁ ଆବଶ୍ୟକ ସ୍ଥାନରେ ଅତ୍ୟାଧୁନିକ ଭେଣ୍ଡିଂ ଜୋନ୍‌ କରାଯିବା ସହ ଉଠାଦୋକାନୀମାନଙ୍କ ପାଇଁ ମଧ୍ୟ ସ୍ଥାୟୀ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଫଳ ମାର୍କେଟ୍‌ଠାରେ କହିଛନ୍ତି ବିଧାୟକ ପ୍ରାର୍ଥୀ କଳିକେଶ ।

jay balangir
Leave A Reply

Your email address will not be published.

ten + fifteen =