pakka

ଗଞ୍ଜେଇ ସହ ନାବାଳକ ଗିରଫ

bbehera

ଗୁଡଭେଲା : ତୁଷୁରା ଅବକାରୀ ବିଭାଗ ଏକ ବାଇକରୁ ୧୪ କେ.ଜି. ଗଞ୍ଜେଇ ଜବତ କରିବା ସହ ଜଣେ ନାବାଳକଙ୍କୁ ଗିରଫ କରିଛି । ଗୁଡଭେଲା- ତୁଷୁରା ରାସ୍ତାରେ ଅବକାରୀ କର୍ମଚାରୀ ପାଟ୍ରୋଲିଂ କରି ଗାଡି ମଟର ଯାଞ୍ଚ କରୁଥିଲେ । ଏହି ସମୟରେ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିଲା । ହଠାତ୍ ଅବକାରୀ କର୍ମଚାରୀଙ୍କୁ ଦେଖି ସେମାନେ ଫେରାର ଉଦ୍ୟମ କରିଥିଲେ । ଅବକାରୀ କର୍ମଚାରୀ ଗୋଟିଏ ବାଇକକୁ କାବୁକରି ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଉକ୍ତ ବାଇକରୁ ୧୪ କେ.ଜି. ଗଞ୍ଜେଇ ଜବତ ହୋଇଥିଲା । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଛତିଶଗଡ଼ ରାଜ୍ୟ ରାୟପୁର ଅଞ୍ଚଳର ଜଣେ ନାବାଳକକୁ ଗିରଫ କରି ଜେଜେବୋର୍ଡରେ ହାଜର କରାଯାଇଥିଲା । ସଂପୃକ୍ତ ନାବାଳକ ଜଣକ ଛତିଶଗଡ଼ରୁ ବାଇକରେ ଗଞ୍ଜେଇ ନେବା ପାଇଁ ଆସିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

nineteen − one =

error: Content is protected !!