pakka

୭.୮ କେ.ଜି. ଗଞ୍ଜେଇ ଜବତ : ୨ ଗିରଫ

bbehera

ବୀରମହାରାଜପୁର : ବୀରମହାରାଜପୁର ପୁଲିସ ରକ୍ସା ଛକରୁ ବାଇକ ସହ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମଣିକୁତି ଗ୍ରାମର ମଙ୍ଗୁଲୁ ସାହୁ ଏବଂ ପ୍ରଦୀପ ସାହୁ ବୋଲି ଜଣାପଡ଼ିଛି । ଏହାସହ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୫୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ପୁଲିସ ଜବତ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯିବାରୁ ତାହା ୭.୮ କେଜି ହୋଇଥିଲା । ଖବର ଅନୁଯାୟୀ, ସୋନପୁର ଆଡୁ ସମ୍ବଲପୁର ପଟକୁ ଏକ ବାଇକ ଯାଉଥିବା ବେଳେ ପୁଲିସ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସେଠାରୁ ଗଞ୍ଜେଇ ବାହାରିଥିଲା । ପୁଲିସ ଗଞ୍ଜେଇ ସହ ଉକ୍ତ ବାଇକ ଓ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

jay balangir
Leave A Reply

Your email address will not be published.

15 + 10 =

error: Content is protected !!