pakka

ପଦ୍ମଶ୍ରୀ ଭାଗବତଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭାରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ସନତ ଗଡତ୍ୟା ଓଡ଼ିଶାର ଗର୍ବ ଗୌରବ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କ ବାସଭବନକୁ ସାକ୍ଷାତ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ସମଲେଇପଦର୍ ସଙ୍ଗେ ସଙ୍ଗେ ବିଭିନ୍ନ ଗ୍ରାମରେ ନାମଯଜ୍ଞରେ ସାମିଲ୍ ହୋଇ ଭଗବାନ ତଥା ଭଗବାନ ପ୍ରେମୀଙ୍କଠୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିରେ ଶତାଧିକ ଗ୍ରାମବାସୀମାନେ ଉଭୟେ ଲୋକସଭା ପ୍ରାର୍ଥୀ ଶ୍ରୀ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଗଡତ୍ୟାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ପଦ୍ମଫୁଲ ଜହି ଭୋଟ ଦେମା ତହିଁ, ପ୍ରଦୀପ ପୁରୋହିତ ଜିନ୍ଦାବାଦ ସନତ ଗଡତ୍ୟା ଜିନ୍ଦାବାଦ ବୋଲି ନାରା ଦେଇଥିଲେ । ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବୁ ବୋଲି ଗ୍ରାମବାସୀମାନେ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.

3 × 3 =