pakka

ଉତ୍ତମ ଶିକ୍ଷା ଲୋକଙ୍କ ଆର୍ଥିକ ଉନ୍ନତି କରିବ : ସମରେନ୍ଦ୍ର

bbehera
  • ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାର ଦାୟୀ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ଖରସେଲପଡାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ମହିଳା ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମୋର ଅନୁରୋଧ, ମୋର ସାମ୍ନାରେ ବସିଥିବା ମାଆ ଭଉଣୀମାନେ ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ନିଜ ଅତୀତକୁ ଟିକେ ନିଶ୍ଚିତ ଭାବେ ଦେଖନ୍ତୁ, ଅତୀତରେ କଂଗ୍ରେସ ସରକାର ଅମଳରେ ଶିକ୍ଷା ବ୍ୟବସ୍ଥାରେ ଗରିବ ଧନୀ ସମସ୍ତେ ଗୋଟିଏ ସ୍କୁଲରେ ପଢୁଥିଲେ । ସେହି ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟରେ ବିଜେଡି ସରକାର ଆସିଲା ପରେ ଷଡଯନ୍ତ୍ର କରି ଦୁଇଭାଗ କରିଦେଇଛନ୍ତି । ଗରିବଙ୍କ ପାଇଁ ଅଲଗା ସ୍କୁଲ ଧନୀକଙ୍କ ପାଇ ଅଲଗା ସ୍କୁଲ, ଗରିବ ପଢ଼ୁଥିବା ସ୍କୁଲରେ ଶିକ୍ଷକ ନାହିଁ, କର୍ମଚାରୀ ନାହିଁ ଫଳରେ ଆମର ଗରିବଲୋକଙ୍କ ପିଲା ବିନା ଶିକ୍ଷକରେ ପାଠପଢି ନିଜର ଭବିଷ୍ୟତ ଅନ୍ଧାକାର କରି ସାରିଛି । ଏଣୁ କ୍ରମାଗତ ଭାବେ ସରକାରଙ୍କ ଷଡଯନ୍ତ୍ର ଯୋଗୁଁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଵା ଯୋଗୁଁ ଆମ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ଆନ୍ତରାୟ ସୃଷ୍ଟି ହୋଇସାରିଛି ବୋଲି ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ଖରସେଲପଡାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ମହିଳା ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ସମ୍ମିଳନୀରେ ଯୁବନେତା ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଆଗାମୀ ଲକ୍ଷ୍ୟ ହେଲା ଏ ଅଞ୍ଚଳ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି, ୨୦୧୪ରୁ ୨୦୨୪, ଦଶ ବର୍ଷ ଭିତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରର ପିଇଵା ପାଣି ଥିବା ସମସ୍ୟା, ଶିକ୍ଷା ଭିତ୍ତିଭୂମି, ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, କ୍ରୀଡା ଭିତ୍ତିଭୂମି, ରୋଡ଼ ରାସ୍ତା, ଜଳସେଚନ ପାଇଁ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଭଳି ଅନେକ ଯୋଜନା ଆଣିବାରେ ସଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଆମର ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ଓ ରୋଜଗାର ସୃଷ୍ଟି କରିବା । ଏଥିରେ ସଫଳତା ପାଇବା ପାଇଁ ଆମକୁ ଆଗାମୀ ଦିନରେ ରାଜରାସ୍ତା ହେଉ କି ବିଧାନସଭା ହେଉ ଆମକୁ ଜୋରଦାର ଲଢେଇ କରିବାକୁ ହେବ । ଆମକୁ ଏକ ଦୃଢ ଓ ଲଢୁଆ ପ୍ରତିନିଧି ବିଧାନସଭାକୁ ପଠେଇବାକୁ ହେବ । ଆମକୁ କଂଗ୍ରେସ ଦଳର ହାତ ଚି଼ହ୍ନରେ ଭୋଟ ଦେଇ ଗତ ୧୦ ବର୍ଷର ଵିକାଶଧାରାକୁ ଆଗକୁ ବଢ଼ାଇବାକୁ ପଡିବ ବୋଲି ସମରେନ୍ଦ୍ର କହିଥିଲେ । ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଗାମୀ ନିର୍ବାଚନରେ ବିଧାୟକ ଭାବେ ଆପଣମାନେ ସମରେନ୍ଦ୍ର ମିଶ୍ରଙ୍କୁ ହାତ ଚି଼ହ୍ନରେ ଭୋଟ ଦିଅନ୍ତୁ, ଦେଖିବେ ବଲାଙ୍ଗିରର ଛାତ୍ର ଓ ଯୁବକଙ୍କୁ ନିଶ୍ଚିତ ଭାବେ ଉତ୍ତମ ଶିକ୍ଷା ଓ ରୋଜଗାର ପାଇଁ ଏଠାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ଆମେ ନିଶ୍ଚିତ ସଫଳ ହେବା । ଆହୁରି ମଧ୍ୟ କଂଗ୍ରେସ ସରକାର ରାଜ୍ୟରେ ଆସିଲେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ମାଫ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତାକୁ ଦ୍ୱିଗୁଣିତ କରାଯିବ । ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ ବୃଦ୍ଧି କରାଯିବ, ବେକାରୀ ଯୁବକଙ୍କୁ ବେକାରୀ ଭତ୍ତା ୩୦୦୦ ଟଙ୍କା, ସମସ୍ତ ମା’ମାନଙ୍କୁ ମାସିକ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଆଜି ଏହି ସମ୍ମିଳନୀ ମହିଳା କଂଗ୍ରେସ ସଭାନେତ୍ରୀ ମିଲନି ସାହୁଙ୍କ ସଂଯୋଜନାରେ ହୋଇଥିବା ବେଳେ ଜିଲ୍ଲା ଉପସଭାପତି ମାଣିଆ ମିଶ୍ର, ସଂତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁଦାନୀ, କଂଗ୍ରେସ ନେତା ବିପିନ କୁସଳିଆ, କୁଳମଣି ସାହୁ, ବିଦ୍ୟାଧର ସାହୁ, ରବି ପାଣିଗ୍ରାହୀଙ୍କ ସମେତ ଏ ଅଞ୍ଚଳର ୫୦୦ରୁ ଅଧିକ ମହିଳା ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

two × one =

error: Content is protected !!