csstore

ଅବୈଧ କାଠ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୧୪ ତାରିଖ ଦିନ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଲା ଯେ, ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ ମିଶ୍ରିତ ପ୍ରକାରର କାଠ କଟାଯାଉଛି । ଏହି ସମ୍ବନ୍ଧରେ ଖବର ପାଇ ତତ୍କାଳୀନ ବନ ବିଭାଗର ଷ୍ଟାଫମାନେ ଦେଶିଲ ଗ୍ରାମ ନିକଟସ୍ଥ ବର୍ଣ୍ଣେଇ ଜଙ୍ଗଲକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସେଠାକୁ ଯିବାପରେ ସେମାନେ ଦେଖିଲେ ଯେ ଦୁଇ ଜଣ ଲୋକ ବଳଦ ବୁହା ଶଗଡ଼ ଗାଡ଼ିରେ ପୋଲ ସାଇଜ ଗଛ ନେଉଥିଲେ, ବନ ବିଭାଗ କର୍ମଚାରୀଙ୍କୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ମାନେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଧରାପଡ଼ିଥିବା ଲୋକମାନେ ହେଲେ ଟିକେରାମ ସାହୁ ଓ କବିରାଜ ବଗର୍ତ୍ତୀ, ଦୁହେଁ ଦେଶିଲ ଗ୍ରାମର ବାସିନ୍ଦା। ବନ ବିଭାଗ ସେମାନଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ ଗିରଫ କରି ୧୪.୦୫.୨୦୨୫ ତାରିଖରେ କୋର୍ଟକୁ ଚାଲାଣ କରିଛି । ଏହି ଦୁଇ ଜଣ ଲମ୍ବା ସମୟ ଧରି କାଠ ଚୋରି ଓ ଚୋରା ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ବୋଲି ଜଣାପଡିଛି । ଏହି ଘଟଣା ସଂପର୍କରେ ଟିଟିଲାଗଡ ରେଞ୍ଜରେ କେସ ପଞ୍ଜିକୃତ ହୋଇଛି ଓ ଆଗାମୀ ଅନୁସନ୍ଧାନ ଜାରି ରହିଛି ବୋଲି ରେଞ୍ଜ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ତଥ୍ୟ ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.