pakka

ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମ୍‌ସିଏମ୍‌ସି ସେଲ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ଘୋଷଣା କରିଛନ୍ତି । ଫଳରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରରେ ମିଡ଼ିଆ ସାର୍ଟିଫିକେସନ୍‌ ଓ ମଣିଟରିଂ ସେଲ୍‌ (ଏମ୍‌ସିଏମ୍‌ସି) ଗଠନ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ସିଏମ୍‌ସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କାର୍ଯ୍ୟ କରୁଛି । ଏହି ସେଲ୍‌ପ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜନୈତିକ ବିଜ୍ଞାପନର ପ୍ରାକ ସାର୍ଟିଫିକେସ୍‌ନ, ଦେୟ ପ୍ରଦାନ କରାଯାଇଥିବା ଖବର (ପେଡ ନ୍ୟୁଜ ) ତଦାରଖ ଓ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ବାଚନ ପ୍ରକ୍ରିୟା ସମୟରେ ଗଣମାଧ୍ୟମ ଦ୍ଵାରା ହେଉଥିବା ଉଲଙ୍ଘନ ଉପରେ ନଜର ରଖିବା ସହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିବ । ଯେ କୌଣସି ପଞ୍ଜୀକୃତ ରାଜନୈତିକ ଦଳ / ଗୋଷ୍ଠି / ସଂଗଠନ / ବ୍ୟକ୍ତି ବିଶେଷାଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମ ସମେତ ବୈଦ୍ୟୁତିକ ଗଣମାଧ୍ୟରେ ବିଜ୍ଞାପନକୁ ପ୍ରସାରଣ କରିବା ପୂର୍ବରୁ ଏହି କମିଟିର ମଞ୍ଜୁରୀ ଆବଶ୍ୟକ । ପାର୍ଥୀମାନଙ୍କର ପ୍ରାକ୍‌ ସାର୍ଟିଫିକେସନ୍‌ ଆବେଦନକୁ ଜିଲ୍ଲା ସ୍ତରୀୟ ଏମ୍‌ସିଏମ୍‌ସି କମିଟି ଗ୍ରହଣ କରୁଥିବା ବେଳେ ପଞ୍ଜୀକୃତ ରାଜନୈତିକ ଦଳ ଗୁଡିକର ଆବେଦନ ରାଜ୍ୟ ସ୍ତରୀୟ ଏମ୍‌ସିଏମ୍‌ସି କମିଟି ଗ୍ରହଣ କରିବ । ପ୍ରତ୍ୟେକ ପଞ୍ଜୀକୃତ ଦଳ କିମ୍ବା ପାର୍ଥୀ ବିଜ୍ଞାପନ ପ୍ରସାରଣ ପାଇଁ ନିର୍ଦ୍ଧାରିତ ୩ ଦିନରୁ ଅଧିକ ସମୟ ପୂର୍ବରୁ ଆବେଦନ କରିବାକୁ ପଡିବ । ଅଣପଞ୍ଜୀକୃତମାନଙ୍କ ପାଇଁ ଏହା ୭ ଦିନରୁ ଅଧିକ ଦିନ ପୂର୍ବରୁ ଆବେଦନ କରିବାକୁ ଆବଶ୍ୟକ । ବିଜ୍ଞାପନର ପ୍ରାକ୍‌ ସାର୍ଟିଫିକେସନ୍‌ ପାଇଁ ୨ଟି ନକଲ ବୈଦ୍ୟୁତିକ ଆକାରରେ ଏବଂ ଉପଯୁକ୍ତ ଅଟେସ୍‌ଟେଡ୍‌ ଟ୍ରାନସ୍କ୍ରିପଡ୍‌ , ଉତ୍ପାଦନ ଖର୍ଚ୍ଚ , ଟିଭି କିମ୍ବା କେବୁଲ ନେଟୱାର୍କରେ ପ୍ରସାରଣର ଆନୁମାନିକ ମୂଲ୍ୟ ଏବଂ କେତେ ଥର ପ୍ରସାରଣ ହେବ ତାହାର ତାଲିକା ଦେବାକୁ ପଡିବ । ଯଦି କୌଣସି ରାଜନୈତିକ ଦଳ କିମ୍ବା ପାର୍ଥୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବିଜ୍ଞାପନ ଜାରି କରନ୍ତି ତେବେ ସେହି ବ୍ୟକ୍ତି ଶପଥରେ କହିବେ ଯେ , ଏହା କୌଣସି ଦଳ କିମ୍ବା ପାର୍ଥୀଙ୍କ ହିତ ପାଇଁ ନୁହେଁ ଏବଂ ସେମାନଙ୍କ ଦ୍ଵାରା ପ୍ରାୟୋଜିତ କିମ୍ବା କାର୍ଯ୍ୟକ୍ଷମ କିମ୍ବା ପ୍ରଦାନ କରାଯାଇନାହିଁ । ସମସ୍ତ ଦେୟ ଚେକ୍‌ କିମ୍ବା ଡ୍ରାଫଟ୍‌ ମାଧ୍ୟମରେ ହେବ ବୋଲି ଏକ ବିବୃତି କିମ୍ବା ଘୋଷଣା ନାମା ଦେବେ । ଲୋକସଭା ପାର୍ଥୀଙ୍କ ଖର୍ଚ୍ଚ ୯୫ ଲକ୍ଷ ହେଇଥିବା ବେଳେ ବିଧାନସଭା ପାଇଁ ପାର୍ଥୀ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଜନପ୍ରତିନିଧି ଆଇନ ୧୯୫୧ ଧାରା ୭୭ (୧) ଅନୁସାରେ, ପ୍ରତ୍ୟେକ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ତାରିଖଠାରୁ ନିର୍ବାଚନ ଫଳାଫଳ ଯାଏଁ ତାଙ୍କ ଦ୍ଵାରା କିମ୍ବା ତାଙ୍କ ଦ୍ଵାରା ନିର୍ବାଚିତ ଏଜେଣ୍ଟ ଦ୍ଵାରା ହୋଇଥିବା ଖର୍ଚ୍ଚର ହିସାବ ରଖିବା ଆବଶ୍ୟକ । ରାଜନୈତିକ ଦଳ ଗୁଡିକ ମଧ୍ୟ ନିଜର ନିର୍ବାଚନ ଖର୍ଚ୍ଚର ତାଲିକା ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଦାଖଲ କରିବେ । ରାଜନୈତିକ ଦଳ ଗୁଡିକ ବିଧାନସଭା ପାଇଁ ୭୫ ଦିନ ଏବଂ ଲୋକସଭା ପାଇଁ ୯୦ ଦିନ ମଧ୍ୟରେ ଖର୍ଚ୍ଚ ବିବରଣୀ ପ୍ରଦାନ କରିବେ । ମୁଦ୍ରିତ ଗଣମାଧ୍ୟମରେ ଯଦି କୌଣସି ବିଜ୍ଞାପନ ପାର୍ଥୀଙ୍କ ଅସହମତିରେ ପ୍ରକାଶିତ ହୋଇଥାଏ ତେବେ ଆଇପିସି ଧାରା ୧୭୧ (ଏଚ୍‌) ଉଲଂଘନ ପାଇଁ ପ୍ରକାଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଆରପି ଆକ୍‌ଟ୧୯୫୧ ଧାରା ୧୨୭ (ଏ) ଅନୁସାରେ ସମସ୍ତ ନିର୍ବାଚନୀ ପାମ୍ପଲେଟ୍‌, ପୋଷ୍ଟର, ବ୍ୟାଙ୍କ ବିଲ୍‌ ଓ ଅନ୍ୟାନ୍ୟ ପ୍ରଚାର ପତ୍ରରେ ପ୍ରକାଶକ ଓ ମୁଦ୍ରାକରଙ୍କ ନାମ, ଠିକଣା ଓ ମୁଦିଲ କପିର ସଂଖ୍ୟା ସମ୍ମୁଖ ଭାଗରେ ସ୍ଥାନ ପାଇବା ବାଧ୍ୟତାମୂଳକ । ନାମାଙ୍କନ ପତ୍ରରେ ପାର୍ଥୀ ସେମାନଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ ସମ୍ପର୍କରେ ମଧ୍ୟ ଲେଖିବା ଆବଶ୍ୟକ ।

Leave A Reply

Your email address will not be published.

8 − four =