pakka

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ‘ସେଞ୍ଚୁରିଅନ ମାର୍କେଟ’ର ପ୍ରଦର୍ଶନୀ ଉତ୍ସବ ଉଦ୍‌ଯାପିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ ବଜାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜାଗତୀକରଣ ଓ ଉଦାରୀକରଣ ଯୋଗୁଁ ବିଶ୍ୱର ସମସ୍ତ ଦେଶରେ ବଜାରର ଚାହିଦା ବଢିବାରେ ଲାଗିଛି । ଏପରି ସ୍ଥିତିରେ ବଜାର ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଓ ଛାତ୍ର, ଛାତ୍ରୀଙ୍କୁ ‘ଲାଇଫ ସ୍କିଲ’ ସମ୍ବନ୍ଧରେ ଅବଗତ କରାଇବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଆଜି ବିଦ୍ୟାଳୟ ପରିସରରେ ପ୍ରତୀକାତ୍ମକ ‘ସେଞ୍ଚୁରିଅନ ମାର୍କେଟ’ର ପରିକଳ୍ପନା କରିଥିଲେ ଯାହା ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ଛାତ୍ର, ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଉତ୍ସବଟିକୁ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍ସବଟି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଛାତ୍ର, ଛାତ୍ରୀମାନେ ପନିପରିବା, କଣ୍ଢେଇ, ଫଳ, ତେଜରାତି ସାମଗ୍ରୀ, କସ୍‌ମେଟିକ୍‌ ଓ ଷ୍ଟେସନାରୀ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ଯାହାକୁ ବିକ୍ରୟ ମଧ୍ୟ କରିଥିଲେ । ଏହା ଛାତ୍ର, ଛାତ୍ରୀଙ୍କ କ୍ରୟ, ବିକ୍ରୟ କରିବାର କ୍ଷମତାକୁ ବଢ଼ାଇବାରେ ସହାୟକ ହେବ । ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼. ପୂଣ୍ୟତୋୟା ବିଶ୍ୱାଳ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥଲେ । ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଅଭିଭାବକ ଓ ଅଭିଭାବିକାଙ୍କ ମହଲରେ ଉଚ୍ଚ ପ୍ରଶଂସିତ ଓ ଆଦୃତ ହୋଇପାରିଛି । ଏହି କାର୍ଯ୍ୟକ୍ରମଟି ଯୁଗୋପଯୋଗୀ ପ୍ରମାଣିତ ହୋଇପାରିଛି ଓ ଏଥିପାଇଁ ସହରର ସବୁ ମହଲରୁ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

Leave A Reply

Your email address will not be published.

20 − 16 =