pakka

ବିଜେପି ଦଳର ପୁରୋଧା ଗୋବର୍ଦ୍ଧନ ଅଗ୍ରୱାଲ ଏବେ ଚର୍ଚ୍ଚାରେ

bbehera
  • ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଲେ ବିଜେପିର ବିଜୟ ନିଶ୍ଚିତ : ସାଧାରଣରେ ଚର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ଦୀର୍ଘ ୩୨ବର୍ଷ ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟରତ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଭାବେ ସାରା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ଚେହେରା ଗୋବର୍ଦ୍ଧନ ଅଗ୍ରୱାଲଙ୍କୁ ନେଇ ଭାରତୀୟ ଜନତା ପାର୍ଟିର ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବାର ଖବର ଏବେ ସାରା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି । ଯେତେବେଳେ ଝାରବନ୍ଧ ବ୍ଲକ୍‌ ଓ ପାଇକମାଲରେ ଭାରତୀୟ ଜନତା ଦଳର ନାମ କେହି ଜାଣିନଥିଲେ ସେତେବେଳେ ଶ୍ରୀ ଅଗ୍ରୱାଲ ବିଭିନ୍ନ ଗ୍ରାମମାନଙ୍କୁ ଯାଇ ଦଳର ଆଭିମୁଖ୍ୟ ଓ ଚିନ୍ତାଧାରା ବିଷୟରେ ଲୋକଙ୍କୁ ବୁଝାଇ ଦଳକୁ ମଜଭୁତ କରିବାରେ ସକ୍ଷମ ହୋଇ ଏବେ ଏକ ମହାଦୃମରେ ଦଳକୁ ଅଞ୍ଚଳରେ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଏ ଅଞ୍ଚଳର ବିଜେପି ଦଳର ପୁରୋଧା କହିଲେ ଅତ୍ୟୁକ୍ତି ହେବନାହିଁ । ସଦାସର୍ବଦା ଗରିବ ଦୁଃଖିଙ୍କ ଦୁଃଖ ସମୟରେ ଛିଡ଼ା ହୋଇ ଆସୁଥିବା ଗୋବର୍ଦ୍ଧନ ଅଗ୍ରୱାଲଙ୍କୁ ଯଦି ଦଳ ଠିକ ଭାବେ ପ୍ରାର୍ଥୀ ଚୟନ କରି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିବାର ସୁଯୋଗ ଦିଏ ତେବେ ୧୦୦% ନିଶ୍ଚିତ ଏଇ ଆସନ ବିଜେପି ଦଳ ହିଁ ହାସଲ କରିବ ବୋଲି ଜନସାଧାରଣରେ ଚର୍ଚ୍ଚା ହୋଇଛି । ଅନ୍ୟପକ୍ଷରେ ଶ୍ରୀ ଅଗ୍ରୱାଲଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ବିଜେପି ପକ୍ଷରୁ ସୁଯୋଗ ଦେଲେ ବିଜେପି ବିଜୟ ନିଶ୍ଚିତ ବୋଲି ସାଧାରଣରେ ବିଶ୍ୱାସ ରହିଛି ।

Leave A Reply

Your email address will not be published.

seventeen − 6 =