pakka

ହାତୀ ଆକ୍ରମଣରେ ଜଣେ ମୃତ : ଚାରିଦିନ ପରେ ଗାଁ ନିକଟରୁ ଶବ ଉର୍ଦ୍ଧାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଶବକୁ ଛେଲି ଚରୁଆଲି‌ ଗାଁ ନିକଟ ଜଙ୍ଗଲରୁ ଶବ ପଡ଼ିଥିବା ଦେଖି ଓ‌ ଗାଁ ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ବନବିଭାଗ ପହଂଚି ଥିଲେ । ବନବିଭାଗର ଅବହେଳା ଯୋଗୁଁ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଖବର ପାଇ ଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଲ ରେଞ୍ଜର ଝାରବନ୍ଧ ସେକ୍‌ସନ୍‌ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିଚଢା ଗ୍ରାମର ଚୁହୁରି ଟାଣର ପାଖ ଜଙ୍ଗଲରେ ଶବ ପଡି‌ଥିବା ସୂଚନା ମିଳିଥିଲା । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ସନ୍ତଲାଲ ବଞ୍ଜାରା ସେ ଛତିଶଗଡ଼ ରାଜ୍ୟର, ଚୂହୁରି ଟାଣରେ ଦୁଇ ବର୍ଷରୁ ନିଜ ଝିଅ ଘରେ ରହିଆସୁଥିବା ସୂଚନା ମିଳିଛି । କ୍ଷେତକୁ ଚାଷ ଯୋଗିବା ପାଇଁ ଯାଇଥିବା ବେଲେ ହାତୀ ଆକ୍ରମଣର ଶିକାର ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ ‌କହିଛନ୍ତି । ଝାରବନ୍ଧ ଅଞ୍ଚଳରେ ଆଗରୁ ମଧ୍ୟ ଗୋଟିଏ ଭାଲୁ ପଚିସଢି ଗଲାପରେ ବନବିଭାଗ ଖବର ପାଇଥିଲା ଏବଂ ନିତ୍ୟାନନ୍ଦପୁର ଗ୍ରାମର ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା ସେ ଗୁରୁତର ଆହତ ହୋଇଥିଲେ ଓ ଜମି ବାଡ଼ି ବନ୍ଧକ ରଖି ଚିକିତ୍ସା ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅର୍ଥ ରାଶି ପାଇନାହାନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବନବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଘଟଣାସ୍ଥଳରେ ଝାରବନ୍ଧ ପୋଲିସ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡରକୁ ପଠାଇ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.

9 + 14 =